ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ

ଜଳେଶ୍ୱର/ରାଇବଣିଆ,୩୧ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗାଁର ଚନ୍ଦନ ଦାସ(୨୨) ନାମକ ଜଣେ ଯୁବକ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡିଯାଇଛନ୍ତି। ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ ।
ବନବିହାରୀଙ୍କ ଏକମାତ୍ର ପୁଅ ଚନ୍ଦନ ଗାଁର ହରିଶ କରଙ୍କ ସହ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିଲେ ା ନଦୀରେ ଅଳ୍ପ ପାଣିଥିବା ଜାଣି ସେମାନେ ପହଁରିଥିଲେ। ହେଲେ ଚନ୍ଦନ ପହଁରି ନ ପାରି ବୁଡିଯାଇଥିଲେ। ହରିଶ ଗାଁକୁ ଫେରିଆସି ସରପଞ୍ଚ ରଞ୍ଜନ ମହାନ୍ତିଙ୍କୁ ଖବର ଦେଇଥିଲେ। ଗାଁରୁ ବହୁ ବ୍ୟକ୍ତି ନଦୀରେ ନୌକା ଧରି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ା ଶେଷରେ ଜଳେଶ୍ୱର ଦମକଳ ବାହିନୀ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ନଦୀର ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜଙ୍କ ସନ୍ଧାନ ପାଇପାରି ନ ଥିଲେ। ଓଡ୍ରାଫ ଟିମ୍‌କୁ ଖବର ଦିଆଯାଇଥିଲା। ପୁଅକୁ ନ ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଅଫିସରେ କଫି ମେସିନରୁ ପିଉଛନ୍ତି କି କଫି? ସାବଧାନ ହୋଇପାରେ ମାରାତ୍ମକ ରୋଗ

ଆମ ମଧ୍ୟରୁ ଅଧିକାଂଶ ଲୋକ ଅଫିସ କଫି ମେସିନ ସହିତ ନିଜର ଦିନ ଆରମ୍ଭ କରନ୍ତି। ସକାଳର ବୈଠକ ପୂର୍ବରୁ ହେଉ କିମ୍ବା ଅପରାହ୍ନରେ, ଅଧିକାଂଶ...

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୨।୪: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲାର ଛାତରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଏକ ସର୍ଚ୍ଚ ଆଣ୍ଡ ଡିସ୍ଟ୍ରୋଞ୍ଜ ଅପରେଶନ...

ଦଣ୍ଡନାଚ ଚାଲିଥିବାବେଳେ ଟ୍ରାନ୍ସଜେଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ମୃତଦେହ...

ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଝାରସୁଗୁଡ଼ା,୧୨ା୪: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ହୋଇଛି। ଏହି ଦୁଇ ଅଭିଯୁକ୍ତ ହେଲେ ଶେଖ୍‌ ଆସିଫ୍‌ ଏବଂ ଅଭିଷେକ ବାରିକ୍‌। ଉଭୟଙ୍କୁ ବେଲପାହାଡ଼- ଝାରସୁଗୁଡ଼ା ରାସ୍ତାରେ...

ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍‌ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ...

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image