କେନ୍ଦୁଝର,୨୪।୨ (ସ୍ବ.ପ୍ର.) କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଭେଜିଡିହି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅମୃତ ଡାଙ୍ଗୁଆ (୫୬) ଓ ଝିଅ ରଶ୍ମିତା ଡାଙ୍ଗୁଆ (୧୦)।
ସୂଚନାନୁସାରେ, ଦୁହେଁ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିଲେ। ପରବତ୍ତୀ ସମୟରେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଜଣାଇଥିଲେ। ଗାଧେଇବା ସମୟରେ ଗୋଡ଼ ଖସି ଯାଇଥିବା ସନ୍ଦେହ କରାଯାଉଛି। ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।