Categories: ଜାତୀୟ

ଆସାମରେ ଡ୍ରଗ୍ସ ପୋଡ଼ା ଅଭିଯାନ

ଆସାମରେ ଦୁଇ ମାସ ମଧ୍ୟରେ ଜବତ ହୋଇଥିବା ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ନିଶାଦ୍ରବ୍ୟକୁ ନଷ୍ଟ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଦିନିଆ ନିଶାଦ୍ରବ୍ୟ ପୋଡ଼ା ଅଭିଯାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଦୁଇଟି ସ୍ଥାନରେ ନିଶାଦ୍ରବ୍ୟରେ ନିଆଁ ଲଗାଇଛନ୍ତି। ଶନିବାର ଦିଫୁ ଓ ଗୋଲାଘାଟରେ ନିଶାଦ୍ରବ୍ୟ ପୋଡ଼ାଯାଇଥିବାବେଳେ ରବିବାର ନାଗାଁଓ ଏବଂ ହୋଜାଇରେ ପୋଡ଼ାଯିବା ପାଇଁ ସ୍ଥିର ହୋଇଛି। ଦୁଇ ମାସରେ ଯେତିକି ନିଶାଦ୍ରବ୍ୟ ଧରାପଡ଼ିଛି ତାହା ରାଜ୍ୟରେ କାରବାର ହେଉଥିବା ମୋଟ ଡ୍ରଗ୍ସର ୨୦ରୁ ୩୦ ପ୍ରତିଶତ ।
ରାଜ୍ୟରେ ୨ରୁ ୩ ହଜାର କୋଟି ଟଙ୍କାର ନିଶା ଚୋରା କାରବାର ହେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share