ଆର୍ୟନଙ୍କ ଫୋନରୁ ମିଳିଲା ଆପତ୍ତିଜନକ ଫଟୋ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରେ ଚାଲିଥିବା ଏକ ହାଇ ପ୍ରୋଫାଇଲ ରେଭ ପାର୍ଟି ଉପରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଥିଲା। ଏଥିରେ ସାମିଲ ଥିଲେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ। ସୋମବାର ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କୁ ମେଡିକାଲରେ ଯାଞ୍ଚ୍‌ କରାଯାଇଥିଲା। ଏବେ ଏନସିବି ଅକ୍ଟୋବର ୧୧ ପର୍ଯ୍ୟନ୍ତ ତାଙ୍କ ହେପାଜତ ମାଗିଛି। ଶୁଣାଣି ସମୟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଆର୍ଯ୍ୟନଙ୍କ ଫୋନରେ ଆପତ୍ତିଜନକ ଫଟୋ ଦେଖିବାକୁ ମିଳିଛି। ଏହାସହ କିଛି ଚାଟରୁ ମଧ୍ୟ ଡ୍ରଗ୍ସ କାରବାର ଉପରେ ଅନେକ କିଛି ତଥ୍ୟ ମିଳିଛି। ଆର୍ୟନଙ୍କୁ ଏନସିବି ରିମାଣ୍ଡରେ ଦର୍ଶାଯାଇଛି ଯେ, ଆପତ୍ତିଜନକ ଫଟୋ ତାଙ୍କ ଫୋନରେ ମିଳିଛି।
ଏନସିବି ପ୍ରଥମେ ସମସ୍ତଙ୍କୁ ପଚରାଉଚରା କରିଥିଲା ଏବଂ ପରେ ରବିବାର ଅପରାହ୍ନରେ ଆର୍ଯ୍ୟଙ୍କ ସମେତ ୩ ଅଭିଯୁକ୍ତଙ୍କୁ ନିଷିଦ୍ଧ ପଦାର୍ଥର ବ୍ୟବହାର, ବିକ୍ରୟ ତଥା କ୍ରୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଥିଲା। ଏନସିବି ଅନୁଯାୟୀ ଅଭିଯୁକ୍ତଙ୍କ ନିକଟରୁ ୧୩ ଗ୍ରାମ କୋକେନ, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚାରା ଏବଂ ୨୨ ଟାବଲେଟ ଏମଡିଏମଏ ଜବତ କରାଯାଇଛି।

Share