ପାକିସ୍ତାନ ଔଷଧ କମ୍ପାନୀର ଉତ୍ପାଦନ ବନ୍ଦ କରିବାକୁ ଧମକ

ଇସଲାମାବାଦ,୨୬।୨: ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଔଷଧ ପାଇଁ ସଂଘର୍ଷ କରୁଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ପାକିସ୍ତାନରେ ଅସ୍ତ୍ରୋପ୍ରଚାର ପାଇଁ ଆବଶ୍ୟକ ହେଉଥିବା ଔଷଧ ବିଶେଷ ମହଜୁଦ ନ ଥିବା ବେଳେ ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଶେଷ ହୋଇଯିବ ବୋଲି ଏକ ବିଶେଷ ସୂତ୍ରରୁ ଖବର ମିଳିଛି।

ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର କମୁଥିବାରୁ ଆବଶ୍ୟକ ଔଷଧ ଏବଂ ଔଷଧ ନିର୍ମାଣ ସାମଗ୍ରୀ କିଣିବାରେ ଅସମର୍ଥ ହେଉଛି । ଫଳରେ ସ୍ଥାନୀୟ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଔଷଧ ତିଆରି କରିବା ବନ୍ଦ କରିଦେଇଛି। ଅନ୍ୟପକ୍ଷେ ଔଷଧ ଅଭାବ କାରଣରୁ ଡାକ୍ତରଖାନାରେ ଜଟିଳ ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କ ଅସ୍ତ୍ରୋପଚାରକୁ ହସ୍ପିଟାଲ ପକ୍ଷରୁ ବନ୍ଦ କରି ଦିଆଯାଉଛି। ଫଳରେ ଗୁରୁତର ରୋଗୀ ଔଷଧ ଅଭାବରୁ ମୃତ୍ୟୁମୁଖରେ ପଡୁଥିବା ଖବର ସାମ୍ନାକୁ ଆସୁଛି।

ଅନ୍ୟପକ୍ଷେ ପାକିସ୍ତାନର ଔଷଧ ପ୍ରସ୍ତୁତକାରୀ କମ୍ପାନୀଙ୍କ କହିବା ମୁତାବକ, ମୁଦ୍ରାର ଦାମ ହ୍ରାସ ପାଇବା ଫଳରେ ଔଷଧ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଳ କିଣିବା ମହଙ୍ଗା ହୋଇଛି । ତେଣୁ ସରକାର ତୁରନ୍ତ ଔଷଧର ଦାମ ବୃଦ୍ଧି ନ କଲେ ସେମାନେ ଉତ୍ପାଦନ ବନ୍ଦ କରିଦେବାକୁ ଧମକ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ

କିଭ୍‌,୨ା୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୁଷିଆରେ ଥିବା ୪୦ ଜଣ ଉତ୍ତର କୋରିଆ...

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ...

ସ୍ପେନରେ ବନ୍ୟା, ୨୦୦ରୁ ଅଧିକ ଲୋକଙ୍କର ଗଲାଣି ଜୀବନ

ମାଡ୍ରିଡ, ୨।୧୧: ବନ୍ୟା ସମସ୍ୟା ସହ ସ୍ପେନ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।...

ବେଲୁଚିସ୍ତାନରେ ବିସ୍ଫୋରଣ: ୫ ସ୍କୁଲପିଲାଙ୍କ ସମେତ ୮ ମୃତ

ଇସ୍‌ଲାମାବାଦ,୨ା୧୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଶୁକ୍ରବାର ଏକ ପୋଲିସ ଭ୍ୟାନ୍‌କୁ ଟାର୍ଗେଟକରି ରିମୋଟ୍‌ କଣ୍ଟ୍ରୋଲ୍‌ଡ ବୋମା ବିସ୍ଫୋରଣ କରାଯିବାରୁ ୫ ସ୍କୁଲପିଲାଙ୍କ ସମେତ ୮ ଜଣଙ୍କ...

ପୁଣି ଆଖି ଦେଖାଇଲା କାନାଡା, ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଲା

ନୂଆଦିଲ୍ଲୀ,୧।୧୧: ସୁଧୁରୁନି କାନାଡା। କ୍ଷମା ମାଗିବା ପରେ ବି ଭାରତକୁ ତର ଦେଖାଇଛି କାନାଡା। ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। କାନାଡାର...

ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧: ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ଭାଙ୍ଗିଗଲା ପାକିସ୍ତାନ ରାଷ୍ଟ୍ରପତିଙ୍କ ଗୋଡ଼, ବିମାନରୁ ଓହ୍ଲାଇବା ସମୟରେ ପଡିଗଲେ ଜରଦାରୀ

ଇସଲାମାବାଦ,୧।୧୧: ବିମାନରୁ ଓହ୍ଲାଇବା ସମୟରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ତଳେ ପଡି ଯାଇଥିଲେ ଫଳରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri