ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ ): ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା ପାଇଁ ବରଗଡ଼ ଜିଲା କାରାଗାର ଅନ୍ତେବାସୀମାନେ ସୋମବାର ଶପଥ ପାଠ କରିଛନ୍ତି । ନିଶାମୁକ୍ତ ବରଗଡ଼ ଅଭିଯାନ ସ୍ବରୂପ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ବରଗଡ଼ ଜିଲା କାରାଗାରଠାରେ ଅନ୍ତେବାସୀଙ୍କ ଗହଣରେ ଏକ ଆଲୋଚନାଚକ୍ର ସଭାପତି ହର୍ଜିନ୍ଦର୍‌ କୌର ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଲୋଚକ ଭାବରେ ଶିକ୍ଷାବିତ୍‌ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଯୋଗଦେଇ ବନ୍ଦୀମାନଙ୍କୁ ନିଶାମୁକ୍ତ ଅଭିଯାନରେ ସାମିଲ କରି ନିଶାଠୁ ଦୂରେଇ ରଖିବା, ପରିବାର ପ୍ରତି ସମର୍ପିତ ହେବା ସଙ୍ଗେ ସଙ୍ଗେ ନୂଆ ସମାଜ ଏବଂ ଦେଶ ଗଠନରେ ହାତ ବଢ଼ାଇବା ପାଇଁ ମହିଳା ସମିତିର ଏହି ଅଭିନବ ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ। ସମ୍ମାନିତ ବକ୍ତା ଭାବରେ ବରପାଲି ମହିଳା ସମିତିର କିରଣ ଅଗ୍ରୱାଲ ଓ ସନ୍ତୋଷ ଅଗ୍ରୱାଲ, ବରିଷ୍ଠ ଖବରଦାତା ପ୍ରସନ୍ନ କୁମାର ମିଶ୍ର, ସମାଜସେବୀ ସର୍ଦ୍ଦାର ପ୍ରିତମ ସିଂ ଅଂଶଗ୍ରହଣ କରିଥିଲେ । ଜେଲ ଅଧିକ୍ଷକ ସଲମାନ କୁଜୁର ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ଅନ୍ତେବାସୀଙ୍କ ପକ୍ଷରୁ ଅମିତ କୁମାର ଦାସ ସ୍ବରଚିତ କବିତା ପାଠ କରିଥିଲେ । ସମିତିର ମନ୍ଦାକିନୀ ପତି, ମମତା ମିଶ୍ର, ରାଧାରାଣୀ ମିଶ୍ର, ସୁଜାତା ପଣ୍ଡା ପ୍ରମୁଖ ନିଶାମୁକ୍ତ ଶୃଙ୍ଖଳ ଜୀବନଯାପନ ପାଇଁ ଆହ୍ବାନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୀତା ମିଶ୍ର, କନକ ପ୍ରଧାନ, ଶୈବାଲିନି ପଣ୍ଡା, ଜୟନ୍ତୀ ପ୍ରଧାନ, ଜୟଗୀତା ପଣ୍ଡା, ମନ୍ଦାକିନୀ ପତି, ପଦ୍ମିନୀ ପ୍ରଧାନ, ଗୀତାଞ୍ଜଳି ପାଣିଗ୍ରାହୀ, ସସ୍ମିତା ପଟ୍ଟନାୟକ, ସରିତା ଦାସ ପ୍ରମୁଖ ସାମିଲ ହୋଇଥିଲେ। ପରିଶେଷରେ ଅଞ୍ଜନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ...

ଭାଜପାର ସକ୍ରିୟ ସଦସ୍ୟତା ବୈଠକ, ଦଳକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଲେ ନେତା

ବେଗୁନିଆପଡା,୧୬।୪(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା କଲ୍ୟାଣ ମଣ୍ଡପଠାରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ର ସକ୍ରିୟ ସଦସ୍ୟତା ବୈଠକ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବୁଥ...

ଓଡ଼ିଶାରେ ସବୁ ରେକର୍ଡ ଭାଙ୍ଗିଲା ନା ମୂଲ୍ୟ, ଦୁଇଦିନରେ ଛୁଇଁବ ଲକ୍ଷେ ଟଙ୍କା

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ସୁନା ମୂଲ୍ୟ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚିଛି। ୧୦ ଗ୍ରାମ ପାଇଁ ମୂଲ୍ୟ ୯୬,୦୦୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱର ବଜାରରେ, ୨୪ କ୍ୟାରେଟ୍...

ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି...

‘ମୁସଲମାନମାନେ ହିନ୍ଦୁ ବୋର୍ଡ ଚଲାଇବେ କି?’: ୱାକଫ ଆଇନର ବିବାଦ ମଧ୍ୟରେ କେନ୍ଦ୍ରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ସୁପ୍ରିମକୋର୍ଟ ବୁଧବାର ବିବାଦୀୟ ୱାକଫ ସଂଶୋଧନ ଆଇନ, ୨୦୨୫ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ଏହି ଆଇନକୁ ଚ୍ୟାଲେଞ୍ଜ...

ଏ ହେଉଛି ଦେଶର ସବୁଠୁ ମହଙ୍ଗା ବାଇକ୍‌, ଦାମ୍‌ ଏତେ ଯେ ଗୋଟିଏ ବଦଳରେ କିଣିପାରିବେ ୫୦ Royal Enfield Bullet

ନୂଆଦିଲ୍ଲୀ,୧୬।୪: ଭାରତର ସବୁଠାରୁ ମହଙ୍ଗା ବାଇକ୍‌ର ମୂଲ୍ୟ ଏତେ ଅଧିକ ଯେ ଆପଣ କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୫୦ଟି ରୟାଲ ଏନଫିଲ୍ଡ...

ଡରାଇଲା ଭବିଷ୍ୟବାଣୀ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ୩୦ଫୁଟ ଉଚ୍ଚତାରେ ଊଠିବ ଜୁଆର!

ଟୋକିଓ,୧୬।୫: ଜାପାନର ଜଣାଶୁଣା ଭବିଷ୍ୟବକ୍ତା ତଥା ପୂର୍ବତନ ମାଙ୍ଗା କଳାକାର ରୟୋ ତାତ୍ସୁକି, ଯିଏକି ‘ଜାପାନର ବାବା ଭେଙ୍ଗା’ ନାମରେ ପରିଚିତ, ଏକ ଭୟଙ୍କର ଭବିଷ୍ୟବାଣୀ...

ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍‌ ସେଣ୍ଟର; ଘର କିମ୍ବା ଶ୍ମଶାନ ଯାଏ…

ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image