କରୋନା ସଂକ୍ରମଣରୁ ଦୂରେଇ ରଖିବ ଏହି ଔଷଧ

ସିକାଗୋ, ୧୬।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ରୁଷ୍‌ ଏବଂ ଚାଇନାରେ କରୋନା ଟୀକା ମଧ୍ୟ ପ୍ରସ୍ତୁତି ସରିଛି। ତେବେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଔଷଧ ପ୍ରସ୍ତୁତ କରାଯାଇଛି। ଇବ୍‌ସେଲେନ୍‌ ନାମକ ଏହି ଔଷଧ ସାଧାରଣ, ମଧ୍ୟମ ତଥା ଗୁରୁତର ଲକ୍ଷଣ ପ୍ରକାଶ ପାଇଥିବା କରୋନା ଆକ୍ରାନ୍ତଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରି ସଂକ୍ରମଣକୁ ରୋକିବାକୁ ସକ୍ଷମ ହୋଇପାରିବ। ଇତିମଧ୍ୟରେ ଏହାର ସଫଳ ପରୀକ୍ଷା ଶେଷ ହୋଇଛି। ଏଥିରେ ଆଣ୍ଟି ଭାଇରାଲ, ଆଣ୍ଟି ଇମ୍ଫ୍ଲେମେଟ୍ରି ଏବଂ ଆଣ୍ଟି ଅକ୍ସିଡେଟିଭ୍‌ ଆଦି ଗୁଣ ରହିଛି। ଏହାକୁ ନିୟମିତ ଅନ୍ତରରେ ଆକ୍ରାନ୍ତଙ୍କଠାରେ ପ୍ରୟୋଗ କଲେ ଗୁରୁତର ସ୍ଥିତିକୁ ସହଜରେ ଦୂରେଇ ହେବ ବୋଲି ପ୍ରଫେସର ଜୁଆନ୍‌ ଡେ ପାବୋଲୋ ସୂଚନା ଦେଇଛନ୍ତି।

Share