ନିଶା ଦେଇ ଯୁବତୀଙ୍କୁ ବଳାତ୍କାର

ନୀଳଗିରି,୧୨।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ବଳାତ୍କାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ମାରି ପୋଲିସ ଜିମା ଦେଇଛନ୍ତି। ନୀଳଗିରି ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଞ୍ଚଳର ଯୁବତୀ ଜଣକ ଖନ୍ତାପଡ଼ା ଥାନା ଅଞ୍ଚଳର ଉକ୍ତ ଯୁବକଙ୍କ ପାଖରେ କାମ କରୁଥିଲେ। ଶନିବାର ସମ୍ପୃକ୍ତ ଯୁବକ ଜଣକ ଯୁବତୀଙ୍କୁ ନୀଳଗିରି ଛାଡ଼ିବାକୁ ଆସିଥିବା ବେଳେ ନିଶା ଦେଇ ବଳାତ୍କାର କରିଥିଲେ। ଏହି ସମୟରେ ଗ୍ରାମବାସୀ ପହଞ୍ଚତ୍ ଯିବାରୁ ଯୁବକ ଜଣକ ଖସିଯିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ତାଙ୍କୁ କାବୁକରି ପୋଲିସ ଜିମା ଦେଇଥିଲେ। ଯୁବତୀଙ୍କ ଚେତା ଫେରି ନ ଥିବାରୁ ଥାନାରେ ଏତଲା ଦିଆଯାଇ ନ ଥିବା ପୋଲିସ କହିଛି।