Categories: ଜାତୀୟ

ପାକିସ୍ତାନ-ଚାଇନାରୁ ଭାରତକୁ ଆସୁଛି ଡ୍ରଗ୍ସ୍‌

ନୂଆଦିଲ୍ଲୀ, ୧୪।୯: ଦେଶରେ ଡ୍ରଗ୍ସ୍‌ କାରବାର ଯୋଗୁ ଯୁବପିଢ଼ିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ପାକିସ୍ତାନ ଏବଂ ଚାଇନାରୁ ଭାରତକୁ ଚୋରାରେ ଡ୍ରଗ୍ସ୍‌ ଆସୁଛି। ଏନେଇ ଭାଜପା ଏମ୍‌ପି ରବି କିଶନ୍‌ ସୋମବାର ଲୋକ ସଭାରେ ସୂଚନା ଦେଇଛନ୍ତି। ନେପାଳ ଏବଂ ପଞ୍ଜାବ ବାଟେ ଡଗ୍ସ୍‌ ଦେଶର ଅନ୍ୟ ସ୍ଥାନକୁ ଯୋଗାଣ କରାଯାଉଛି। ଯୁବପିଢ଼ିଙ୍କୁ ନଷ୍ଟ କରିବା ଲାଗି ଚାଇନା ଏବଂ ପାକିସ୍ତାନ ଏଭଳି ଷଡ଼ଯନ୍ତ୍ର ରଚିଥିବା ସେ ଅଭିଯୋଗ କରିଛନ୍ତି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଉପଯୁକ୍ତ ଯାଞ୍ଚ୍‌ ହେବା ସହିତ ଏହାର ଡ୍ରଗ୍ସ୍‌ ଲିଙ୍କ୍‌ ରହିଛି କି ନାହିଁ ତାହାର ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପଡ଼ୋଶୀ ଦେଶ ଚାଇନା ପାକିସ୍ତାନରୁ ପ୍ରତିବର୍ଷ ଭାରତକୁ ଡ୍ରଗ୍ସ୍‌ ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟହତ ରହିଛି। ସେହିପରି ସୀମାପାର୍‌ ଡ୍ରଗ୍ସ୍‌ କାରବାର ଉପରେ ସରକାର ସ୍ବତନ୍ତ୍ର ରଣନୀତି ଅନୁସାରେ କାର୍ଯ୍ୟ ଜାରି ରଖିଛନ୍ତି। ଅଗାମୀ ଦିନରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share