Categories: ଜାତୀୟ

ମୁକୁଳିଲେ ମୁନ୍‌ମୁନ, ଅର୍ବାଜ

ମୁମ୍ବାଇ, ୩୧ା୧୦: କ୍ରୁଜ୍‌ ଡଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନ ପାଇଥିବା ମୁନ୍‌ମୁନ୍‌ ଧମେଚା ଏବଂ ଅର୍ବାଜ ମର୍ଚ୍ଚାଣ୍ଟ ରବିବାର ଜେଲରୁ ବାହାରିଛନ୍ତି। ମୁନ୍‌ମୁନ୍‌ ବାଇକୁଲ୍ଲା ଜେଲ ଏବଂ ଅର୍ବାଜ ଆର୍ଥର ରୋଡ୍‌ ଜେଲରେ ରହିଥିଲେ। ମୁନ୍‌ମୁନ୍‌ ମିଡିଆ ଆଗରେ କିଛି ମତ ରଖିବେ ନାହିଁ ବୋଲି ଜାମିନରେ ଏକ ସର୍ତ୍ତ ରହିଛି। ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍‌ ଜାମିନ ପାଇ ଜେଲରୁ ମୁକୁଳିଥିଲେ।

Share