ଆର୍ୟନଙ୍କ ପାଇଁ ବଢୁଛି ଅଡୁଆ, ପୁଣି ରିମାଣ୍ଡରେ ନେବାକୁ ଏନ୍‌ସିବିର ଆବେଦନ

ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ କିଙ୍ଗ୍‌ଖାନ୍‌ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସମସ୍ୟା ସୁଧୁରିବାର ନାଁ ନେଉନି। ଦିନକୁ ଦିନ ଏହି ଅଡୁଆ ବଢ଼ି ଚାଲିଛି। ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏକ ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା। ଏଥିମଧ୍ୟରେ ତାଙ୍କର ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନ୍‌ମୁନ୍‌ ଧାମେଚାଙ୍କ ନାମ ରହିଛି। ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ ଜାହାଜରୁ ସମସ୍ତଙ୍କୁ ଗିରଫ କରାଯାଇଥିଲା।

ଆଜି (ଗୁରୁବାର) କ୍ରୁଜ ଜାହାଜ ମାମଲା କୋର୍ଟରେ ଶୁଣାଣି ହେଉଛି। ଏଭଳି ପରିସ୍ଥିତିରେ କ୍ରୁଜ ଜାହାଜ ମାମଲାରେ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଆର୍ୟନ, ଅରବାଜ, ମୁନ୍‌ମୁନ୍‌ ଏବଂ ଅନ୍ୟ ୫ ଜଣଙ୍କୁ ରିମାଣ୍ଡରେ ନେବାକୁ ଏନ୍‌ସିବି କୋର୍ଟରେ ପୁଣି ଆବେଦନ କରିଛି। ବର୍ତ୍ତମାନ ସୁଦ୍ଧା ଏନ୍‌ସିବି ଏହି ଡ୍ରଗ୍ସ କାରବାର ମାମଲାରେ ୧୭ ଜଣଙ୍କୁ ବାନ୍ଧି ସାରିଲାଣି।

Share