Categories: ଜାତୀୟ

ଅଟାରୀ ସୀମାରୁ ପ୍ରାୟ ୭୦୦ କୋଟି ଟଙ୍କାର ୧୦୨ କିଲୋ ହେରୋଇନ ଜବତ

ଚଣ୍ଡିଗଡ଼,୨୫ ।୪: ପଞ୍ଜାବର ଅଟାରୀ ସୀମାରୁ ସୀମା ଶୁଳ୍କ ବିଭାଗ ରବିବାର ଯଷ୍ଠିମଧୁ ଭିତରେ ରଖାଯାଇଥିବା ପ୍ରାୟ ୧୦୨ କିଲୋଗ୍ରାମ ହିରୋଇନ ଜବତ କରିଛି । ଯାହାର ଦାମ ଅନ୍ତରାଷ୍ଟ୍ରୀୟ ବଜାରରେ ପାଖାପାଖି ୭୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଯଷ୍ଠିମଧୁର ଏକ ଟ୍ରିପ ଆଫଗାନିସ୍ତାନରୁ ଆସିଥିଲା । ସୀମା ଶୁଳ୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚନା ଅନୁଯାୟୀ, ଅମୃତସର ସୀମା ଶୁଳ୍କ(ପି) କମିଶନଙ୍କ ଅଧିନରେ ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟ(ଆଇସିପି) ଅଟାରୀ ଦ୍ୱାରା ମୋଟ ୧୦୨ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉକ୍ତ ହେରୋଇନ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆଫଗାନିସ୍ତାନରୁ ଆସୁଥିବା ଯଷ୍ଠିମଧୁ ମଧ୍ୟରେ ଲୁଚାଇ ରଖାଯାଇଥିଲା । ଏବେ ଏହାର ଯାଞ୍ଚ ଆରମ୍ଭ କରାଯାଇଛି ।

Share