ଗୁଆହାଟୀ ,୨୧।୧୧: ଆସାମର ଚାଚର ଏବଂ କର୍ବି ଆଙ୍ଗ୍ଲଙ୍ଗ ଜିଲାରୁ ସୋମବାର ୫୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ଏହି ବେଆଇନ ନିଶାଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଚାଚର ଜିଲାର ଲକ୍ଷ୍ମୀପୁର ଅଞ୍ଚଳରୁ ୧.୮୦ ଲକ୍ଷ ନିଶା ଟାବ୍ଲେଟ ଜବତ ହୋଇଛି, ଯାହାର ଅନ୍ତର୍ଜାତୀୟ ବଜାର ଦର ୫୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଏକ ଟ୍ରକ୍ର ସିକ୍ରେଟ୍ ଚାମ୍ବରରେ ଉକ୍ତ ଟାବଲେଟ୍ ଚାଲାଣ ହେଉଥିଲା। ଅନ୍ୟ ଏକ ଘଟଣାରେ କର୍ବି ଆଙ୍ଗ୍ଲଙ୍ଗ ଜିଲାରୁ ରବିବାର ୪ କୁଇଣ୍ଟାଲ ଗଞ୍ଜେଇ ଜବତ ହେବା ସହ ୨ ଜଣଙ୍କୁ ଗିରଫ କରାଯାଇଛି।