Categories: ଜାତୀୟ

ନିଶାରେ ଚୁର୍‌ ଯୁବତୀ, ଶୋଇଗଲେ ରାସ୍ତାରେ; ଆଉ ତା’ ପରେ…

ମୁମ୍ବାଇ,୫ା୮: ମହାରାଷ୍ଟ୍ରର ପୁଣେରେ ଏକ ଅଜବ ଘଟଣା ନଜରକୁ ଆସିଛି। ଜଣେ ଯୁବତୀ ଅଚାନକ ରାସ୍ତା ଉପରେ ଜଣେ ଶୋଇପଡ଼ିଲେ। ଯୁବତୀଙ୍କ ଏପରି ଅବସ୍ଥା ଦେଖି ଶହ ଶହ ଗାଡ଼ିମୋଟର ରାସ୍ତାରେ ଅଟକି ରହିଗଲା। ଫଳରେ ଟ୍ରାଫିକ୍‌ ଜାମ୍‌ ହୋଇଗଲା।

କାହାକୁ କିଛି ବୁଝାପଡ଼ିଲାନି କ’ଣ ଘଟୁଛି। ଶେଷରେ ଜଣାପଡ଼ିଲା ଜଣେ ଯୁବତୀ ମଦ ନିଶାରେ ରାସ୍ତାରେ ଶୋଇଛନ୍ତି। ଏହାର କିଛି ସମୟରେ ଯୁବତୀ ଜଣକ ଉଠି କାଣ୍ଡ ଆରମ୍ଭ କରିଦେଲେ। କେତେବେଳେ ରାସ୍ତା ଉପରେ ଶୋଇ ପଡୁଥାନ୍ତି ତ ଆଉ କେତେବେଳେ ବସି ଗାଡ଼ି ମୋଟରକୁ ଅଟକାଉଥାନ୍ତି। ତାଙ୍କର ଏହି ହାଇ ଡ୍ରାମା ଦେଖି କେହି ଜଣେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଦେଇଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

ପୁଣେର ସ୍ବାରଗେଟ୍‌ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଯୁବତୀ ଜଣକ ନିଶାରେ ପୂରା ଚୁର୍‌ ଥିଲେ। ଯେଉଁ ଗାଡ଼ି ଗଲା ତାକୁ ଅଟକାଇଲେ। କିଛି ସମୟ ଧରି ଏପରି ଡ୍ରାମା କରିବା ପରେ ପୁଣେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଧରି ନେଇ ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମାତ୍ର ଭିଡିଓଟି ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି।

Share