କୋଟା,୧।୩ : ରାଜସ୍ଥାନର ଝାଲାଓ୍ବର ଜିଲାରେ ଜଣେ ମଦ୍ୟପ ସ୍ବାମୀ ଚମଡ଼ା ବେଲ୍ଟରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ଏ ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ଝାଲାଓ୍ବର ପୋଲିସ। ପୋଲିସ ଅନୁଯାୟୀ, ବିମଳାବାଇ (୩୧)ଙ୍କ ଉପରେ ଶନିବାର ରାତିରେ ଅକଥନିୟ ଅତ୍ୟାଚାର ଦେଇଥିଲେ ସ୍ବାମୀ ରାକେଶ ମୀନା। ତାଙ୍କୁ ଗୁରୁତର ଅବସ୍ଥାରେ ଝାଲାଓ୍ବର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ ତାଙ୍କ ମୃତ୍ୟୁ ଘଟିଥିଲା।
ମହିଳାଙ୍କ ବାପା-ମା’ ହତ୍ୟା ମାମଲା ରୁଜୁ କରିବା ପରେ ରବିବାର ରାତିରେ ରାକେଶ ମୀନାଙ୍କୁ ଗିରଫା କରାଯାଇଛି ବୋଲି ଏକଲେରା ଥାନା ଏସ୍ଏଚ୍ଓ ଲକ୍ଷମଣ ସିଂ କହିଛନ୍ତି।