Posted inଫୁରସତ

ମଦ ନିଶାରେ ବିଷଧର ସାପକୁ କାମୁଡିବା ପାଇଁ ଚ୍ୟାଲେଞ୍ଜ୍‌ ଦେଲେ ଯୁବକ: ଆଉ ତା’ପରେ…ଦେଖନ୍ତୁ ଭିଡିଓ

ମଦ ନିଶାରେ ଅନେକ ଥର ଲୋକମାନେ ଏପରି ଅଜବ କାର୍ଯ୍ୟ କରନ୍ତି, ଯାହା ଚେତନା ପାଇବା ପରେ ସେମାନେ ଅନୁତାପ କରନ୍ତି। ଏବେ ଉତ୍ତରପ୍ରଦେଶର ଦେଓରିଆ ଜିଲାରୁ ଏକ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଦେଓରିଆର ଜଣେ ବ୍ୟକ୍ତି ମଦ ନିଶାରେ ସାପ ସହିତ ପଙ୍ଗା ନେବାକୁ ଚେଷ୍ଟା କରିଥିଲେ। ସେ ଏହାକୁ ପ୍ରଥମେ ଏକ ଖେଳନା ଭାବି ସାପ ଖେଳିଥିଲେ। ତାଙ୍କର କୌଣସି ଧାରଣା ନ ଥିଲା ଯେ ସେ ଖେଳନା ଭଳି ଖେଳୁଥିବା ଜୀବ ଏକ ବିଷାକ୍ତ ସାପ।

https://twitter.com/AnbNewstv/status/1721380353179369952/

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଜଣେ ୨୨ ବର୍ଷ ବୟସ୍କ ବ୍ୟକ୍ତି ମଦ୍ୟପାନ କରି ସାପ ସହିତ ଖେଳୁଛନ୍ତି। ସେହି ବ୍ୟକ୍ତି ସାପ ଲାଞ୍ଜକୁ ଧରିଛନ୍ତି। ପ୍ରଥମେ ସେ ଏହାକୁ ଧରିଥାନ୍ତି, କିନ୍ତୁ ତା’ପରେ ହଠାତ୍‌ ସେ ରାଗିକି ସାପକୁ ତଳେ ଫୋପାଡି ଦିଅନ୍ତି। ତଳେ ପଡିବା ପରେ ସାପ ଚେତାଶୂନ୍ୟ ହୋଇଯାଏ। କିନ୍ତୁ ବ୍ୟକ୍ତି ତଥାପି ନିଜ କାର୍ଯ୍ୟରୁ ନିବୃତ୍ତ ହୁଅନ୍ତି ନାହିଁ। ସେ ପୁଣି ଥରେ ତା’ସହ ଖେଳିବାକୁ ଲାଗିଥିଲେ।
ଏହି ଯୁବକଙ୍କ ନାମ ଜୟସ୍ବାଲ ବୋଲି ଜଣାପଡିଛି। ଜୟସ୍ବାଲ ସାପକୁ ଅନେକ ଥର କାମୁଡ଼ିବା ପାଇଁ ଚ୍ୟାଲେଞ୍ଜ କରିଥିଲେ। ସାପ କାମୁଡ଼ିବା ପରେ ଜୟସ୍ବାଲ ମୃତ୍ୟୁବରଣ କରିଥିଲେ। ପୋଷ୍ଟମର୍ଟମ ପାଇଁ ପୋଲିସ ତାଙ୍କ ମୃତଦେହ ପଠାଇଛି। କୁହାଯାଉଛି ଯେ ଏହି ଘଟଣା ଅହିରାଉଲି ଗ୍ରାମରେ ଘଟିଛି। ଜୟସ୍ବାଲଙ୍କର ୬ ଭାଇ ଓ ଭଉଣୀ ଅଛନ୍ତି। ସେ ସେମାନଙ୍କ ମଧ୍ୟରେ କନିଷ୍ଠ ଥିଲେ। ଜୟସ୍ବାଲଙ୍କ ମାତାପିତା ସିଲିଗୁଡିରେ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri