ମଦନିଶାରେ ଜଣେ ବ୍ୟକ୍ତି ଏପରି କିଛି କରିଥାଏ, ଯାହାକି ନିଶା ଛାଡ଼ିବା ପରେ ଲୋକେ ଥଟ୍ଟା ପରିହାସ କରିଥାନ୍ତି। ମଧ୍ୟପ୍ରଦେଶର ଏକ ଷ୍ଟେଶନରେ ଏମିତି ଘଟଣା ଦେଖିବାକୁ ମିଳିଛି।
ଖବରଦାତା ଶରତ ଶ୍ରୀବାସ୍ତବ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଠି ବ୍ୟକ୍ତିଜଣକ ଟ୍ରେନ୍ ତଳେ ଶୋଇପଡ଼ିଥିଲେ। ପ୍ରଥମେ ଦେଖିବା ପରେ ଆପଣ ଭାବିବେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ କିମ୍ବା ଦୁର୍ଘଟଣାରେ ଟ୍ରେନ୍ ତଳେ ଆସିଥିଲେ, କିନ୍ତୁ ଯେତେବେଳେ ଆପଣ ଶରତଙ୍କ ଭିଡିଓ କ୍ୟାପଶନ ପଢ଼ିବେ, ସେତେବେଳେ ପ୍ରକୃତ କଥା ଜଣାପଡ଼ିବ।
ବ୍ୟକ୍ତିଜଣକ ଗ୍ବାଲିଅରରେ ଟ୍ରେନ୍ ତଳକୁ ଯାଇଥିଲେ। କ୍ୟାପଶନ ଅନୁଯାୟୀ, ଏହି ବ୍ୟକ୍ତି ମଦ୍ୟପାନ କରି ଟ୍ରେନ୍ ତଳେ ଶୋଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ, ତାଙ୍କୁ ସେଠାରୁ ବାହାର କରିଦିଆଯାଇଥିଲା। ଶରତ କ୍ୟାପଶନରେ ଲେଖିଛନ୍ତି, ଦୁଇ ଗୋଡ଼ ରେଳ ଟ୍ରାକ୍, ମୁଣ୍ଡ ଇଞ୍ଜିନ ତଳେ ଥିଲା। ଖୁସିର କଥା ବ୍ୟକ୍ତିଜଣକ ବଞ୍ଚିଛନ୍ତି। ଭିଡିଓରେ ବ୍ୟକ୍ତି ଜଣକ ଟ୍ରେନ୍ ଇଞ୍ଜିନ ତଳେ ଟ୍ରାକ୍ରେ ଶୋଇଥିଲେ। ଅନେକ ଲୋକ ତାଙ୍କୁ ଏକାଠି ଟାଣି ନେଉଥିବାର ଦେଖାଯାଏ। ସେ ଠିକ୍ ଭାବରେ ଚାଲିବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି। ଭିଡିଓର ଶେଷରେ ଏହା ଦେଖାଯାଏ,ଏହା ହେଉଛି ଗ୍ବାଲିଅରର ରେଳ ଷ୍ଟେଶନ। ଜଣେ ୟୁଜର ଲେଖିଛନ୍ତି, ଅମୃତ ଟିକେ କମ୍ ପିଅ।