Categories: ଫୁରସତ

ନିଶାରେ ଗର୍ଲଫ୍ରେଣ୍ଡ ବଦଳରେ ସ୍ତ୍ରୀଙ୍କୁ ପଠାଇଦେଲେ ମେସେଜ୍‌: ଆଉ ତା’ପରେ ଘଟିଲା…

ନିଶା ମଣିଷ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ନିଶାଶକ୍ତ ବ୍ୟକ୍ତି ବେଳେବେଳେ ଏମିତି କିଛି କରିଥାନ୍ତି, ଯାହାଦ୍ୱାରା ତାଙ୍କ ବୈବାହିକ ସମ୍ପର୍କ ଖରାପ ହୋଇଥାଏ। ଏମିତି ଏକ ଘଟଣାର ସ୍କ୍ରିନ୍‌ ସଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଦ ନିଶାରେ ଜଣେ ବ୍ୟକ୍ତି ପ୍ରେମିକାଙ୍କୁ ମେସେଜ୍‌ କରୁଥିବାବେଳେ ତାଙ୍କ ସ୍ତ୍ରୀଙ୍କୁ ଭୁଲ୍‌ରେ ମେସେଜ୍‌ ପଠାଇଦେଇଥିଲେ। ଭାଇରାଲ ସ୍କ୍ରିନ ସଟ୍‌ରେ ବ୍ୟକ୍ତି ଜଣଙ୍କ ତାଙ୍କ ପ୍ରେମିକାଙ୍କୁ କହିଛନ୍ତି, ତୁମେ ମୋର ସବୁଠାରୁ ସୁନ୍ଦର ଗର୍ଲଫ୍ରେଣ୍ଡ। ଏହାପରେ ମହିଳା ଜଣକ ତାଙ୍କୁ ମେସେଜ କରି କହିଥିଲେ ଯେ ସେ ତାଙ୍କ ସ୍ତ୍ରୀ। ଯାହା ପରେ ସ୍ବାମୀ ଏହି ମାମଲାକୁ ବହୁତ ଭଲ ଢଙ୍ଗରେ ପରିଚାଳନା କରି ଲେଖିଥିଲେ – ହେ ଭଗବାନ ଏହା ବହୁତ ଭଲ କଥା।
ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ @InternetH0F ନାମକ ଆକାଉଣ୍ଟରେ ଏହି ପୋଷ୍ଟ ଶେୟାର କରାଯାଇଛି। ଏହି ପୋଷ୍ଟକୁ ୧୫.୬ ମିଲିୟନ ଲୋକ ଦେଖି ସାରିଲେଣି।

 

Share