ମଦ୍ୟପାନ କରୁଥିବା ବ୍ୟକ୍ତି ନିଜେ ଜାଣି ପାରନ୍ତି ନାହିଁ ସେ କ’ଣ କେତେବେଳେ କରୁଛନ୍ତି। ମନକୁ ଯାହା ଯେତେବେଳେ ଆସେ ତାହା ସଙ୍ଗେ ସଙ୍ଗେ କରିଦିଅନ୍ତି। ଏମିତି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ମଦ ପିଇ ଟାଟୁ କରିବାକୁ ଜଣେ ଆର୍ଟିଷ୍ଟଙ୍କୁ କହିଥିଲେ। ଆର୍ଟିଷ୍ଟ ଜଣକ ତାଙ୍କ କହିବାନୁସାରେ ଟାଟୁ କରିଥିଲେ।
ବିଶେଷକରି ଯେଉଁମାନେ ଟାଟୁ କରନ୍ତି, ସେମାନେ ସର୍ବଦା ନିର୍ଦ୍ଦିଷ୍ଟ ଏକ ଉଦ୍ଦେଶ୍ୟ, ଅର୍ଥ ବା ଶବ୍ଦ, କିମ୍ବା କାହାର ସ୍ମୃତି ଉଦ୍ଦେଶ୍ୟରେ ଶରୀରରେ କିଛି ଡିଜାଇନ ତିଆରି କରନ୍ତି। ବେଳେବେଳେ କାହାକୁ ଉତ୍ସର୍ଗ କରି ହେଉ କିମ୍ବା ଏକ ଭଲ ବାର୍ତ୍ତା ମାଧ୍ୟମରେ ଟାଟୁ ଆଙ୍କିଥାନ୍ତି। ଯାହାର ଅନେକ ଅର୍ଥ ଥାଏ। କିନ୍ତୁ ଜଣେ ମହିଳା ସମ୍ପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ତାଙ୍କ ଶରୀରରେ ଟାଟୁ ଆଙ୍କିଲେ। ସେହି ସମୟରେ ସେ ହୋସ୍ରେ ନ ଥିଲେ। ଯେଉଁଥିପାଇଁ କ’ଣ କରିବାକୁ ଯାଉଛନ୍ତି ତାହା ତାଙ୍କର ମନେ ନ ଥିଲା।
ମହିଳାଙ୍କ ହୋସ୍ ଆସିବା ପରେ ସେ ଦେଖିଲେ ତାଙ୍କ ବାହୁରେ ୩ଟି ଲାଲ୍ ରଙ୍ଗର ପ୍ରଜାପତି ଅଙ୍କା ଯାଇଛି। ଯାହା ତାଙ୍କ ଜୀବନର କୌଣସି ଅର୍ଥ ବୁଝାଉ ନ ଥିଲା। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେହି ଟାଟୁକୁ ଦେଖି ନିଜ ଅପେକ୍ଷା ଆର୍ଟିଷ୍ଟଙ୍କ ଉପରେ ପ୍ରବଳ ରାଗିଗଲେ ମହିଳା।
ଏହାର ପୂରା ଘଟଣାକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଭିଡିଓ ଦେଖି କିଛି ୟୁଜର ମହିଳାଙ୍କ ସପକ୍ଷରେ କହିଥିବା ବେଳେ ଆଉ କିଛି ୟୁଜର ଟାଟୁ କଳାକାରଙ୍କୁ ଦୋଷ ଦେଇଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।