Categories: ଜାତୀୟ

ବଢ଼ିବାକୁ ଯାଉଛି କାଜୁ, କିସ୍‌ମିସ୍‌ ମୂଲ୍ୟ

ନୂଆଦିଲ୍ଲୀ,୧୯।୮ : ଭାରତରେ କାଜୁ, କିସ୍‌ମିସ୍‌ ଭଳି ଡ୍ରାଏ ଫ୍ରୁଟ୍ସର ଦାମ ବଢ଼ିପାରେ। କାରଣ ଭାରତ ସହ ଆଫଗାନିସ୍ତାନର ଆମଦାନୀ ଓ ରପ୍ତାନୀ ଉପରେ ରୋକ ଲଗାଇ ଦେଇଛି ତାଲିବାନ୍‌। ଫଳରେ ରବିବାର ଠାରୁ ଭାରତକୁ ଡ୍ରାଏ ଫୁଟ ଆସୁ ନାହିଁ। ଏହାର ପ୍ରଭାବ ସିଧାସଳଖ ଡ୍ରାଏ ଫ୍ରୁଟ୍ସର ମୂଲ୍ୟ ଉପରେ ପଡ଼ିବ।

ଭାରତୀୟ ରପ୍ତାନି ବିଭାଗର ଜଣେ ବରିଷ୍ଠ ପ୍ରତିନିଧି କହିଛନ୍ତି, ପାକିସ୍ତାନ ବାଟ ଦେଇ ଯାହଜରେ ଆସୁଥିବା ସମସ୍ତ ପ୍ରକାର ମାଲକୁ ତାଲିବାନ୍‌ ରୋକି ଦେଇଛି। ଏଣୁ ସମସ୍ତ ପ୍ରକାର ଆମଦାନୀ ବନ୍ଦ ଅଛି।

ଭାରତ ସହ ଆଫଗାନିସ୍ତାନର ବ୍ୟବସାୟୀକ ସମ୍ପର୍କ ଶତାବ୍ଦୀ ପୁରୁଣା। ଏହାବାଦ୍‌ ଆଫିଗାନସ୍ତାନରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିଛି।

Share