Advertisement
Categories: ଦେବଗଡ଼

କୋଭିଡ ଟୀକାକରଣ ନିମନ୍ତେ ପୂର୍ବାଭ୍ୟାସ

ଦେବଗଡ଼,୩ା୧(ଡି.ଏନ.ଏ) ଦେବଗଡ ଜିଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୋଭିଡ ଟୀକାକରଣର ପୂର୍ବାଭ୍ୟାସ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଉମେଶ ଷଡଙ୍ଗୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗର ୨୫ ଜଣ କର୍ମଚାରୀଙ୍କୁ ନେଇ ଏହି ପୂର୍ବାଭ୍ୟାସ କରାଯାଇଥିଲା। ଏଥି ନିମନ୍ତେ ସ୍ବତନ୍ତ୍ର ସୁରକ୍ଷା ଏବଂ ସାନିଟାଇଜେସନ ସହ ଅଭ୍ୟର୍ଥନା କକ୍ଷ ଓ ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇଥିଲା। ସେହିପରି ସହ କୌଣସି ପାର୍ଶ୍ୱ ପ୍ରତିକ୍ରୀୟା ହେଲେ ଏହାର ଜରୁରୀ ଚିକିତ୍ସା ପାଇଁ ମଧ୍ୟ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଏହି ପୂର୍ବାଭ୍ୟାସ ଆଗାମୀ ଦିନରେ କୋଭିଡ ଟୀକାକରଣରେ ସହାୟକ ହେବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉପାଧ୍ୟାୟ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ବ୍ରଜବନ୍ଧୁ ଭୋଇ, ହସ୍ପିିଟାଲ ମ୍ୟାନେଜର ଜିତେନ ଭଇଁସା, ଜ୍ୟୋତ୍ସ୍ନା ଶର୍ମା, ଲୋପାମୁଦ୍ରା ପ୍ରଧାନ, ମହେନ୍ଦ୍ର ମିଶ୍ର ଓ ରଞ୍ଜିତ ନାୟାର ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel