ଡ୍ରାଏ ସ୍କିନ୍‌ ମେକ୍‌ଅପ୍‌

ତ୍ୱଚାର ପ୍ରକାର ଅନୁସାରେ ହିଁ ମେକ୍‌ଅପ୍‌
କରିବା ଠିକ୍‌ ହେବ। ନଚେତ୍‌ ମେକ୍‌ଅପ୍‌ ଆଦୌ ଭଲ ଦିଶି ନ ଥାଏ। ତେବେ ଶୁଷ୍କ ତ୍ୱଚା ହୋଇଥିଲେ ମେକ୍‌ଅପ୍‌ ନେବା ପୂର୍ବରୁ ଜାଣିରଖନ୍ତୁ କିଛି ଟିପ୍ସ…

ଆପଣଙ୍କ ସ୍କିନ୍‌ ଯଦି ଶୁଷ୍କ ହୋଇଥାଏ ତେବେ ଏଭଳି ମେକ୍‌ଅପ୍‌ କରନ୍ତୁ ଯେମିତି ସ୍କିନ୍‌ ହାଇଡ୍ରେଟେଡ୍‌ ଓ ଗ୍ଲୋଇଂ ଲାଗିବ। ଏଥିପାଇଁ ସର୍ବପ୍ରଥମେ ମୁହଁ ଧୋଇବା ମାତ୍ରେ ମଶ୍ଚରାଇଜର ନିଶ୍ଚୟ ଲଗାନ୍ତୁ।
ବାରମ୍ବାର ସାବୁନ କିମ୍ବା ଫେସ୍‌ୱାଶ୍‌ରେ ମୁହଁ ଧୁଅନ୍ତୁ ନାହିଁ। ଏହାଫଳରେ ତ୍ୱଚା ଅଧିକ ଶୁଷ୍କ ଲାଗିବ।
ମଶ୍ଚରାଇଜର ଲଗାଇବା ମାତ୍ରେ ସଙ୍ଗେ ସଙ୍ଗେ ମେକ୍‌ଅପ୍‌ କରନ୍ତୁ ନାହିଁ। ମଶ୍ଚରାଇଜର ଲଗାଇବା ପରେ ଅତିକମ୍‌ରେ ୫-୭ ମିନିଟ୍‌ ପରେ ମେକ୍‌ଅପ୍‌ ଲଗାନ୍ତୁ।
ଶୁଷ୍କ ତ୍ୱଚାରେ ମେକ୍‌ଅପ୍‌ କରିବା ପୂର୍ବରୁ ଯଦି ତ୍ୱଚାରେ ହାଲ୍‌କା ସିରମ୍‌ ଲଗାଇବେ ତେବେ ସ୍କିନ୍‌ ଅଧିକ ଗ୍ଲୋ କରିବ।
ଶୁଷ୍କ ତ୍ୱଚା ପାଇଁ ଅଏଲବେସ୍ଡ ଫାଉଣ୍ଡେଶନ ହିଁ ଉପଯୁକ୍ତ ହୋଇଥାଏ। ତେଣୁ ଫାଉଣ୍ଡେଶନ କିଣିବା ସମୟରେ କ୍ରିମ୍‌ ଥିବା କିମ୍ବା ଅଏଲବେସ୍‌ଡ ଫାଉଣ୍ଡେଶନ ହିଁ କିଣନ୍ତୁ।
ଶୁଷ୍କ ତ୍ୱଚାରେ ପାଉଡର ବେସ୍‌ଡ ଆଇସାଡୋ ଖରାପ ଦେଖାଯାଏ। ତେଣୁ କ୍ରିମ୍‌ ବେସ୍‌ଡ ଆଇସାଡୋ ହିଁ ଲଗାନ୍ତୁ।
ସେହିପରି ଲିପ୍‌ଷ୍ଟିକ୍‌ ଲଗାଇବା ସମୟରେ ସବୁବେଳେ ଗ୍ଲସି ଲିପ୍‌ଷ୍ଟିକ୍‌ ହିଁ ଲଗାନ୍ତୁ, ଫଳରେ ଶୁଷ୍କ ଓଠ ବି ମୁଲାୟମ ଦେଖାଯିବ।
ମେକ୍‌ଅପ୍‌ ଧୋଇବା ପରେ ତ୍ୱଚାରେ ସବୁବେଳେ ମଶ୍ଚରାଇଜର ଲଗାଇ ଶୁଅନ୍ତୁ।