ବିପଦ ଅବସ୍ଥାରେ ଦୋହଲୁଛି ଶୁଖିଲା ଗଛ

ବୁଗୁଡା,୩ା୨(ଡି.ଏନ୍‌.ଏ.): ବୁଗୁଡ଼ା-କରସିଙ୍ଗି ମୁଖ୍ୟ ସଡ଼କ ଅନ୍ତର୍ଗତ ଜେଏକ ଓ ପଥରବଣି ମଝି ରାସ୍ତା କଡ଼ରେ ଏକ ବିରାଟ ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଏହି ରାସ୍ତା ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ଯାତାୟାତ କରୁଛନ୍ତି। ଶୁଖିଲା ଗଛଟି ପବନରେ ଦୋହଲୁଥିବା ବେଳେ କୌଣସି ପରିସ୍ଥିତିରେ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହନ, ଛାତ୍ରୀଛାତ୍ର ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି।

ଏ ନେଇ ଗ୍ରାମବାସୀମାନେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ପ୍ରକାଶଥାଉ କି, ଗତ ସପ୍ତାହରେ ଶରଣକୁଳ ଅଞ୍ଚଳର ଏକ ଦମ୍ପତ୍ତି ବାଇକ୍‌ରେ ଉକ୍ତ ରାସ୍ତାଦେଇ ଯାଉଥିବା ବେଳେ ଗଛରୁ ଶୁଖିଲା ଡାଳ ବାଇକ୍‌ ଉପରେ ପଡିଥିଲା। ଫଳରେ ଦୁହେଁ ଆହତ ହୋଇଥିଲେ। ତେଣୁ, ଭବିଷ୍ୟତରେ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାରବ୍ୟବସ୍ଥା ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୩ା୩(ବିଦ୍ୟାଧର ସାହୁ): ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯...

ଶବ ଦାହ ପାଇଁ ମିଳୁନି କାଠ: DFO’ଙ୍କ ବାସଭବନ ଆଗରେ ମୃତଦେହ ରଖି ପ୍ରତିବାଦ

ସୁନ୍ଦରଗଡ଼,୨୩ା୩(ଜୟ ନାରାୟଣ ମେଣ୍ଡୁଳି): ମୃତଦେହ ସତ୍କାର ପାଇଁ କାଠ ନ ମିଳିବାରୁ ସନ୍ଧ୍ୟାରେ ସୁନ୍ଦରଗଡ ଡିଏଫଓଙ୍କ ବାସଭବନ ସମ୍ମୁଖରେ ମୃତଦେହ ରଖି ମୃତକଙ୍କ ପରିବାର ସହିତ...

ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର

ଗଜପତି, ୨୩ା୩(ଗିରିଧାରୀ ପରିଛା): ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ...

ପିକଅପ୍‌ ଭ୍ୟାନ୍‌ ଧକ୍କା: ଚାଳିଗଲା ସ୍କୁଟି ଚାଳକଙ୍କ ଜୀବନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବାନ୍ଦୁଟିକ୍ରା ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତବେଗରେ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଜଙ୍ଗଲରେ ପଡ଼ିଥିବା ଖୁଣ୍ଟିକୁ ନେଇ ରାଜନୀତି: ଆନ୍ଧ୍ର ତହସିଲଦାରଙ୍କ ନିକଟରେ ସୁରକ୍ଷା ଦାବି କଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୩ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀରେ ଥିବା କୋଟିଆ ପଞ୍ଚାୟତ ଉପରସେମ୍ବି ଗ୍ରାମ ନିକଟ ଜଙ୍ଗଲରେ ପଡ଼ିଥିବା ସୀମା ଚିହ୍ନଟ ଖୁଣ୍ଟିକୁ...

ଜଙ୍ଗଲରୁ ମଣିଷ କଙ୍କାଳ ଠାବ ମାମଲା: ମୃତକ ନାବାଳିକା ବୋଲି ଚିହ୍ନଟ

ସୋରଡ଼ା,୨୩ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହେବା ଘଟଣାର ଛାନଭିନ ଜାରି ରଖିଛି ପୋଲିସ।...

ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର-ଆସିକା ୩୨୬ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଗାଁ ପୋଲ ଉପରେ ରବିବାର ଏକ ଗାଡ଼ି ଧକ୍କାରେ ଜଣେ...

ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ: ୩ ଦିନ ପରେ ଗାଁ’ରେ ପହଞ୍ଚିଲା ମୃତଦେହ

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର ଦାଦନ ଶ୍ରମିକ ଏ.ଯୋଗେନ୍ଦ୍ର ପାତ୍ର (୪୫) ଟ୍ରେନରୁ ଖସି ମୃତ୍ୟୁ ବରଣ କରିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image