Advertisement

ବିପଦସଙ୍କୁଳ ଅବସ୍ଥାରେ ଶୁଖିଲା ଗଛ

ଖଜୁରିପଡ଼ା,୧୪ା୭(ବିଦୁର ବେହେରା)-ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବାରପୁଲିଆଠାରୁ ପକାନା ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ମଧ୍ୟ ଭାଗରେ ନବଗୁବା ଛକ। ସେହି ଛକ ନିକଟ ରାସ୍ତା କଡ଼ରେ ଥିବା ଏକ ବଡ଼ ଶୁଖିଲା ଆମ୍ବଗଛ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେହି ରାସ୍ତାରେ ଲୋକେ ଯାତାୟାତ କରିବା ବେଳେ କେତେବେଳେ ଯେ ଅଘଟଣ ନ ଘଟିବ କହି ତାହା ହେଉନାହିଁ। ତେଣୁ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଇ ଗଛଟିକୁ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel