‘ଡିଏସ୍‌ପି ନିଫ୍‌ଟି ଆଇଟି ଇଟିଏଫ୍‌’

ନୂଆଦିଲ୍ଲୀ,୨୨।୬: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ୍‌ର ନୂତନ ଉତ୍ପାଦ ‘ଡିଏସ୍‌ପି ନିଫ୍‌ଟି ଆଇଟି ଇଟିଏଫ୍‌’ର ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏହା ଏକ ଓପୋନ ଏଣ୍ଡେଡ୍‌ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ ଭାବେ ଜଣାଶୁଣା। ଏପରିକି ଦୀର୍ଘମିଆଦୀ ଭିତ୍ତିରେ ଆଇଟି କମ୍ପାନୀଗୁଡ଼ିକର ଉନ୍ନତ ପ୍ରଦର୍ଶନରୁ ଲାଭ ପାଇବା ଲାଗି ଏହି ଇଟିଏଫ୍‌ ନିବେଶକମାନଙ୍କୁ ସୁଯୋଗ ପ୍ରଦାନ କରିବ। ସେହିଭଳି ଡିଏସ୍‌ପି ନିଫ୍‌ଟି ଆଇଟି ଇଟିଏଫ୍‌ର ନୂଆ ଫଣ୍ଡ୍‌ ଅଫରର ସବ୍‌ସ୍କ୍ରିପ୍‌ସନ୍‌ ୨୦୨୩ ଜୁଲାଇ ୩ରେ ବନ୍ଦ ହେବ।
ଏ ସମ୍ପର୍କରେ ଡିଏସ୍‌ପି ମ୍ୟୁଚୁଆଲ୍‌ ଫଣ୍ଡ୍‌ର ମୁଖ୍ୟ-ପାସିଭ୍‌ ନିବେଶ ଓ ଉପତ୍ାଦ ସିଏଫ୍‌ଏ ଅନିଲ ଗିଲାନି କହିଛନ୍ତି, ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଭାରତୀୟ ଆଇଟି କ୍ଷେତ୍ର ନିରନ୍ତର ପ୍ରଦର୍ଶନ କରୁଛି। ଦୀର୍ଘମିଆଦୀ ଅଭିବୃଦ୍ଧି କାହାଣୀରୁ ଲାଭ ପାଇବାକୁ ଚାହୁଥିବା ନିବେଶକମାନେ ନିଫ୍‌ଟି ଆଇଟି ସୂଚୀରେ ନିବେଶ କରିବା ବିଷୟରେ ବିଚାର କରିପାରିବେ, ଯାହାର ପ୍ରଦର୍ଶନ ନିକଟ ଅତୀତରେ ଆଶାନୁରୂପ ରହିନାହିଁ। ଆମର ବିଶ୍ୱାସ ରହିଛି ଯେ ବର୍ତ୍ତମାନ ସ୍ତରରେ ମୂଲ୍ୟାୟନ ହାରାହାରିର ଗୁଣିତକ ଆଡ଼କୁ ଅଗ୍ରସର ହେଉଛି ଏବଂ ଏହି କ୍ଷେତ୍ରର ଅଧିକାଂଶ କମ୍ପାନୀ ସୁସ୍ଥ ରହିଛନ୍ତି ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ସୁଲଭ ରହିଛନ୍ତି। ବିଗତ କିଛି ବର୍ଷ ଭିତରେ ଅନ୍ୟ କ୍ଷେତ୍ରଗୁଡ଼ିକ ତୁଳନାରେ ଭାରତର ଆଇଟି କ୍ଷେତ୍ର ନିରନ୍ତର ଭାବେ ଆଗକୁ ବଢ଼ୁଛି ଏବଂ ଜିଡିପିକୁ ତାହାର ଅବଦାନ ମଧ୍ୟ ବୃଦ୍ଧି ପାଉଛି। କିଛି ବର୍ଷ ଭିତରେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଭାରତୀୟ ଆଇଟି ଉଲ୍ଲେଖନୀୟ ଭାବେ ଆଗକୁ ବଢ଼ିଛନ୍ତି, ଯାହା ଫଳରେ ସେମାନଙ୍କ ବଜାର ଅଂଶରେ ବୃଦ୍ଧି ହୋଇଛି। ଆଇଟି କ୍ଷେତ୍ରର ରାଜସ୍ବ ପ୍ରଥା ଲାଗି ବିଶ୍ୱସ୍ତରରେ ସୁଯୋଗ ପ୍ରଦାନ କରୁଛି। ଫଳରେ ଦେଶ ଭିତରେ ଦେଖାଦେଉଥିବା ବିପଦଠାରୁ ତାହା ସୁରକ୍ଷା ପ୍ରଦାନ କରୁଛି। ଇକ୍ୱିଟି ପିଛା ଅଧିକ ରିଟର୍ନ ଓ ସମ୍ପତ୍ତି ପିଛା ଅଧିକ ରିଟର୍ନ ଭାବେ ବିଶ୍ୱର ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଆଇଟି କ୍ଷେତ୍ରର ଆର୍ଥିକ ଦୃଢ଼ତା ଭଲ ରହିଛି। ନିଫ୍‌ଟି ୫୦ ରେ ନିଫ୍‌ଟି ଆଇଟି ସୂଚୀର ପ୍ରଦର୍ଶନ ତଳୁଆ ରହିଥିବା ବେଳେ ସାଧାରଣତଃ ସେଥିରେ ସୁଧାର ଘଟିଥାଏ। ନିଫ୍‌ଟି ୫୦ରେ ଆଇଟି କ୍ଷେତ୍ରର ଗୁରୁତ୍ୱ ଦୀର୍ଘମିଆଦୀ ହାରରେ ହ୍ରାସ ପାଇଛି। ୧, ୩, ୫ ଓ ୧୦ ବର୍ଷୀୟା ଅବଧିରେ ରୋଲିଂ ରିଟର୍ନ ଆଧାରରେ ନିଫ୍‌ଟି ୫୦ରେ ନିଫ୍‌ଟି ଆଇଟି ସୂଚୀ ଅଧିକ ପ୍ରଦର୍ଶନ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image