ଦୁବାଇ,୧୫।୧୦: ଚଳିତ ଆଇପିଏଲରେ ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ୮ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ବିଜୟ ଲକ୍ଷ୍ୟର ପିଛା କରିବାରେ ପ୍ରତିପକ୍ଷ କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଇଆନ ମୋର୍ଗାନଙ୍କ ଦଳ ବିଜୟ ଲକ୍ଷ୍ୟର ପିଛା କରି ଶେଷ ୫ ବିଜୟ ହାସଲ କରିଛି। ଏକଥା ଜଣାଥିଲା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇବା ପରେ ବଡ଼ ସ୍କୋର ଛିଡ଼ା କରିବାକୁ ବ୍ୟାଟ୍ସମ୍ୟାନଙ୍କୁ କହିଥିଲେ। ସିଏସ୍କେକୁ ଆବଶ୍ୟକ ଥିବା ଭଳି ୬୧ ରନ୍ର ଷ୍ଟାର୍ଟ ଦେଇଥିଲେ ରୁତୁରାଜ ଗାଏକ୍ୱାଡ (୩୨) ଓ ଫାଫ ଡୁ’ପ୍ଲେସିଙ୍କ ଓପନିଂ ଯୋଡ଼ି। ଗାଏକ୍ୱାଡ ଆଉଟ୍ ହେବା ପରେ ଛକା ଭାର ସମ୍ଭାଳିଥିଲେ ରବି ଉଥପ୍ପା। ୩ ଛକା ବଳରେ ଉଥପ୍ପା ୩୧ ରନ୍ କରିଥିଲେ। ତାଙ୍କ ପରେ ମୋଇନ ଅଲି (୩୭ ରନ୍, ୨ ଚୌକା ଓ ୩ ଛକା) ଓ ଡୁ’ପ୍ଲେସି (୮୬ ରନ୍, ୭ ଚୌକା ଓ ୩ ଛକା) ୩ୟ ଉଇକେଟ ପାଇଁ ୬୮ ରନ୍ ଯୋଡ଼ିଥିଲେ। ସିଏସ୍କେ ୨୦ ଓଭରରେ ୩ ଉଇକେଟ ହରାଇ ୧୯୨ ରନ୍ କରିଛି। ଫଳରେ କେକେଆରକୁ ଆଇପିଏଲ ଟ୍ରଫି ଜିତିବା ପାଇଁ ୧୯୩ ରନ୍ ଦରକାର।
କୋଲକାତା ପାଇଁ କେବଳ ସୁନିଲ ନାରିନ (୨ ଉଇକେଟ) ଓ ଶିବମ ମାଭି (୧) ସଫଳ ସାବ୍ୟସ୍ତ ହୋଇଥିଲେ।