Categories: ଖେଳ

ଓ୍ବାର୍ଲଡ କପ କ୍ଲୋଜିଂ ସେରିମନିରେ ପରଫର୍ମ କରିବେ ଦୁଆ ଲିପା!

ନୂଆଦିଲ୍ଲୀ,୧୨।୧୧: ବିଶ୍ୱକପର ଶେଷ ଲିଗ ମ୍ୟାଚରେ ନେଦରଲ୍ୟାଣ୍ଡର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏଥି ସହିତ, ଏହି ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ୧୯ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ବିଶ୍ୱକପ ସମାରୋହରେ ଆଲବେନିଆର ପ୍ରସିଦ୍ଧ ହଲିଉଡ ଅଭିନେତ୍ରୀ ଦୁଆ ଲିପାଙ୍କୁ ଅଭିନୟ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି। ବାସ୍ତବରେ ଭାରତ-ନେଦରଲ୍ୟାଣ୍ଡ ମ୍ୟାଚ ସମୟରେ ଦୁଆ ଲିପା ବିଶ୍ୱକପର କ୍ଲୋଜିଂ ସେରିମନିରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

ସମ୍ପ୍ରତି, ଦୁଆ ଲିପା ଷ୍ଟାର୍‌ ସ୍ପୋର୍ଟସ ସହିତ ତାଙ୍କର ଲେଟେଷ୍ଟ ସିଙ୍ଗଲ ‘ହୁଦିନି’ କୁ ପ୍ରମୋଟ କରୁଥିବା ଦେଖିବାକୁ ମିଳିଥିଲା। ଭାରତ-ନେଦରଲ୍ୟାଣ୍ଡ ମ୍ୟାଚ ପୂର୍ବରୁ ଦୁଆ ଲିପା ଷ୍ଟାର୍‌ ସ୍ପୋର୍ଟସ ସେଗମେଣ୍ଟରେ କେ.ଏଲ ରାହୁଲ, ଶୁଭମନ ଗିଲ ଏବଂ କେନ ୱିଲିୟମସନଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରିୟ କ୍ରିକେଟର। ତେବେ ଦୁଆ ଲିପା ସ୍ବୀକାର କରିଛନ୍ତି ଯେ ସେ କ୍ରିକେଟ ପ୍ରତି ଆଗ୍ରହୀ ନୁହଁନ୍ତି, ସେ ବେଳେବେଳେ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି।

ତେବେ ବିଶ୍ୱକପ କ୍ଲୋଜିଂ ସେରିମନିରେ ସେ ପ୍ରଦର୍ଶନ କରିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ କିମ୍ବା ଆଇସିସି ଆନୁଷ୍ଠାନିକ ଭାବେ କିଛି କହି ନାହାଁନ୍ତି। କିନ୍ତୁ ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା ଚାଲିଛି ଯେ ସେ ବିଶ୍ୱକପ ପ୍ଲୋଜିଂ ସେରିମନିରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ସୂଚନାଯୋଗ୍ୟ, ବିଶ୍ୱକପ ୧ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ଏଥି ସହିତ, ଏହି ଟୁର୍ନାମେଣ୍ଟର ଫାଇନାଲ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

Share