ନୂଆଦିଲ୍ଲୀ: ସାରା ଦେଶରେ ସଡ଼କ ର୍ଦୁଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସଡ଼କ ର୍ଦୁଘଟଣା ହ୍ରାସ ପାଇଁ ନୂଆ ସଡ଼କ ପରିବହନ ନିୟମ ସାଙ୍ଗକୁ କେତେକ ଫିଚରର ମଧ୍ୟ ପରିବର୍ତ୍ତନ କରିଛନ୍ତି। ବିଭିନ୍ନ ସମୟରେ ଚାରିଚକିଆ ଯାନର ଦୁର୍ଘଟଣା ଯୋଗୁ ଅନେକ ଜୀବନ ଯାଉଛି। ଏହାକୁ ଆଖି ଆଗରେ ରଖି ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଚାରିଚକିଆ ଯାନରେ ଫ୍ରଣ୍ଟ୍ ଏୟାର ବ୍ୟାଗ୍କୁ ବାଧ୍ୟତାମୂଳକ କରାଯାଇଛି। ନୂଆ ଯାନଗୁଡ଼ିକ ପାଇଁ ଏହି ନିୟମ ଚଳିତ ବର୍ଷ ଏପ୍ରିଲରୁ ଲାଗୁ ହୋଇଛି। କୋଭିଡ୍ କଟକଣା ଯୋଗୁ ଏହି ନିୟମକୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ କୋହଳ କରାଯାଇଛି। ଫଳରେ ଏହାଦ୍ୱାରା ଯାନ ଉପତ୍ାଦନକାରୀ ସଂସ୍ଥାଗୁଡ଼ିକ ଉପତ୍ାଦନ ପାଇଁ ସମୟ ପାଇବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।