Categories: ଜାତୀୟ

ଜରୁରୀକାଳିନ ଅବତରଣ କଲା ଦୁବାଇ-ଅମୃତସର ବିମାନ

ଅମୃତସର/କରାଚି,୧୫।୧୦(୦୭): ଦିଲ୍ଲୀ-ଅମୃତସର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ କରାଚିରେ ଜରୁରୀକାଳିନ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ବିମାନଟି କରାଚିରୁ ଅମୃତସର ଅଭିମୁଖେ ଯାଇଥିଲା।
ସୂଚନାଯୋଗ୍ୟ,ଦୁବାଇରୁ ସ୍ଥାନୀୟ ସମୟ ସକାଳ ୮.୫୧ରେ ବିମାନଟି ଛାଡିଥିଲା। ଏହି ସମୟରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ୧୨.୩୦ରେ କରାଚି ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଥିଲା। ପରେ ବିମାନବନ୍ଦରର ଡାକ୍ତର ସମ୍ପୃକ୍ତ ଯାତ୍ରୀଙ୍କ ଚିକିତ୍ସା କରିବା ପରେ ବିମାନଟି ୨.୩୦ରେ ଅମୃତସର ଅଭିମୁଖେ ଉଡିଥିଲା।

Share