କୋଟିଏ ଟଙ୍କାର ଚାକିରି ଛାଡି ଆବୁଧାବି ମନ୍ଦିରରେ ସେବା ଆରମ୍ଭ କଲେ ଏହି ଭାରତୀୟ ବ୍ୟାଙ୍କର, ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ଉଦ୍‌ଘାଟନ

ଆବୁଧାବି,୨୭।୨: ୟୁଏଇର ଆବୁଧାବିରେ ନିର୍ମିତ ଭବ୍ୟ ମନ୍ଦିରରେ ବିଶାଳ ପଟେଲ ମଧ୍ୟ ସହଯୋଗ କରୁଛନ୍ତି। ଦୁବାଇରେ ଏକ ନିବେଶ ବ୍ୟାଙ୍କର ଭାବରେ ଉଚ୍ଚ ବେତନ ଅର୍ଜନ କରୁଥିବା ବିଶାଳ ପଟେଲ ବିଏପିଏସ୍‌ ହିନ୍ଦୁ ମନ୍ଦିର ନିର୍ମାଣରେ ସାହାଯ୍ୟ କରିବା ପାଇଁ ଚାକିରି ଛାଡି ମନ୍ଦିରରେ ସ୍ବେଚ୍ଛାସେବୀ କାର୍ଯ୍ୟ ଆରମ୍ଭ କରିଥିଲେ। ୪୩ ବର୍ଷୀୟ ବିଶାଳ ପଟେଲ ଗତ ବର୍ଷ ଦୁବାଇ ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ରରେ ଚାକିରି ଛାଡି ଆବୁଧାବି ମନ୍ଦିରରେ ପୂର୍ଣ୍ଣକାଳୀନ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ ଆବୁଧାବି ଆସି ମନ୍ଦିରରେ ସେୱଚ୍ଛାସେବୀ ଭାବରେ କାମ କରିବା ଆରମ୍ଭ କଲେ।

ବିଶାଳ କହିଛନ୍ତି, ୨୦୧୬ ପରଠାରୁ ମୁଁ ମୋ ପରିବାର ସହିତ ୟୁଏଇରେ ରହିଆସିଛି। ମୋ ପାଇଁ କ୍ୟାରିୟର ସର୍ବଦା ମୋର ପ୍ରାଥମିକତା ଥିଲା। କାରଣ ମୁଁ ପ୍ରମୁଖ ନିବେଶ ବ୍ୟାଙ୍କ ଏବଂ ହେଜ ପାଣ୍ଠିରେ କାର୍ଯ୍ୟ କରିଥିଲି। ଆବୁଧାବିରେ ଥିବା ମନ୍ଦିର ପାଇଁ ସେବା କରିବାରେ ମୋତେ ସମାଜ ଉପରେ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବାର ଏକ ଅନୁଭବ ଥିଲା। ମୁଁ ଯେତେବେଳେ ଏଠାକୁ ଆସିଲି, ମୁଁ ସ୍ଥିର କଲି ଯେ ବର୍ତ୍ତମାନ ମୋତେ ମନ୍ଦିରର ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିବାକୁ ପଡିବ।

Share