ରାଜକୁମାରଙ୍କ କାରରେ ଅଣ୍ଡାଦେଲା ପକ୍ଷୀ, ଜାଣିବା ପରେ କ’ଣ କଲେ ଜାଣନ୍ତୁ ….

ଦୁବାଇ, ୧୩।୮: ଦୁବାଇର ରାଜକୁମାର ତଥା କାର୍ଯ୍ୟକାରୀ ପରିଷଦର ସଭାପତି ଶେଖ ହାମଦାନ ବିନ୍‌ ମହମ୍ମଦ ବିନ ରଶିଦ ଅଲ ମାକ୍‌ତୁମଙ୍କ ମର୍ସିଡିସ ଏସ୍‌ୟୁଭି କାରରେ ଏକ ପକ୍ଷୀ ବସା ତିଆରି କରି ସେଥିରେ ରହୁଥିଲା। ଏହା ଜାଣିବା ପରେ ରାଜକୁମାର କାରକୁ ଆଉ ବ୍ୟବହାର କରି ଅଲଗା ଭାବେ ଏକ ସ୍ଥାନରେ ରଖିଦେଲେ। ଯାହାଫଳରେ ପକ୍ଷୀଟି ଶାନ୍ତିରେ ରହିପାରିବ। ସେ କାରରେ ଥିବା ଉକ୍ତ ଚଢ଼େଇ ବସାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଏକ ଅଣ୍ଡାରୁ ପକ୍ଷୀ ଛୁଆ ବାହାରୁଛି। ଏହା ପରେ ମା’ ପକ୍ଷୀ ତାର ଛୁଆକୁ ଥଣ୍ଟରେ ଖୁଆଉଥିବା ଦେଖିବାକୁ ମିଳୁଛି। ରାଜକୁମାର ଏହି ଫଟୋଟିକୁ ଇନ୍‌ଷଷ୍ଟାଗ୍ରାମ୍‌ରେ ପୋଷ୍ଟକରିବା ସହ ଲେଖିଛନ୍ତି, ବେଳେ ବେଳେ ଜୀବନରେ ଏକ ଛୋଟ ଜିନିଷ ଆବଶ୍ୟକତାଠାରୁ ଅଧିକ ଆଦରର ହୋଇଥାଏ। ଏହି ଭିଡିଓଟିକୁ ଶେୟାର କରିବାର ୨୪ ଘଣ୍ଟା ମଧ୍ୟରେ ୧ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଛନ୍ତି।

Share