Categories: ଫୁରସତ

ସବୁଠୁ ମହଙ୍ଗା ବିରିୟାନୀ; ପ୍ଲେଟ ପିଛା ୨୦ ହଜାର ଟଙ୍କା

ବିରିୟାନୀ ଆମ ଦେଶର ଅନ୍ୟତମ ଲୋକପ୍ରିୟ ଖାଦ୍ୟ। ଫେଭରାଇଟ୍‌ ଖାଦ୍ୟ ପାଇଁ ଟିକେ ଅଧିକା ଖର୍ଚ୍ଚ କରିବାକୁ ପ୍ରାୟତଃ କେହି ପଛ ଘୁଞ୍ଚା ଦିଅନ୍ତି ନାହିଁ। କିନ୍ତୁ ଗୋଟେ ପ୍ଲେଟ ଟେଷ୍ଟି ବିରିୟାନୀ ଲାଗି କେତେ ଟଙ୍କା ଖର୍ଚ୍ଚ କରିପାରିବେ ? ୨୦ ହଜାର ଟଙ୍କାରେ ଗୋଟା ପ୍ଲେଟ ବିରିୟାନୀ କିଣିବେ କି? ଆପଣଙ୍କ ଉତ୍ତର ଆମକୁ ଜଣା ନାହିଁ। ମାତ୍ର ଦୁବାଇର ଏକ ରେଷ୍ଟୁରାଣ୍ଟ ତା’ର ସ୍ପେଶାଲ ବିରିୟାନୀକୁ ପ୍ଲେଟ ପିଛା ୨୦ ହଜାର ଟଙ୍କାରେ ବିକିବାକୁ ଲକ୍ଷ୍ୟ ରଖିଛି। ଆଉ ଏହା ଦୁବାଇର ସବୁଠୁ ମହଙ୍ଗା ବିରିୟାନୀ ବୋଲି ଉକ୍ତ ରେଷ୍ଟୁରାଣ୍ଟ ପକ୍ଷରୁ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଦାବି କରାଯାଇଛି।

ଦୁବାଇ ଇଣ୍ଟରନ୍ୟାଶନାଲ ଫାଇନାନ୍ସିଆଲ ସେଣ୍ଟର (ଡିଆଇଏଫ୍‌ସି) ପାଖରେ ଥିବା
‘Bombay Borough’ ନାମକ ରେଷ୍ଟୁରାଣ୍ଟ ନିକଟରେ ‘ରୟାଲ ଗୋଲ୍ଡ ବିରିୟାନୀ’ ଡିଶ୍‌ ଆରମ୍ଭ କରିଛି। ଏହି ବିରିୟାନୀକୁ ସୁନା ପାତ୍ରରେ ବଢ଼ାଯାଉଛି। ସାଫ୍ରୋନ ରଙ୍ଗର ଚାଉଳ ଉପରେ କବାବ, କଶ୍ମୀରି କବାବ, ଦିଲ୍ଲୀ ଲାମ୍ବ ଚପ୍ସ, ରାଜପୁତ ଚିକେନ କବାବ, ମୁଗଲେଇ କୁଫ୍‌ତା ଓ ମଲାଇ ଚିକେନ ରୋଷ୍ଟ ୨୩ କ୍ୟାରେଟ ସୁନା ଫଏଲରେ ଦିଆଯାଉଛି। ଏହା ସହିତ ସର୍ବ କରାଯାଉଛି ବିଭିନ୍ନ ପ୍ରକାର ସସ୍‌, କରି ଓ ରାଇତା। ଏହି ପ୍ଲେଟର ମୂଲ୍ୟ ଭାରତୀୟ ମୂଦ୍ରାରେ ୨୦ ହଜାର ଟଙ୍କା।

Share