Categories: ଫୁରସତ

କରୋନା ବଦଳାଇଦେଲା ଏହି ଯୁବକଙ୍କ ଜୀବନ, ଥିଲେ ପାଇଲଟ୍‌ ଏବେ କରୁଛନ୍ତି…

କରୋନା ମହାମାରୀ କିଛି ଲୋକଙ୍କ ଜୀବନ ଜୀବିକାକୁ ଖୁବ୍‌ ପ୍ରଭାବିତ କରିଛି। କିଛି ମାସ ଧରି ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏୟାର ଇଣ୍ଡିଆର ବହୁ କ୍ଷତି ହୋଇଥିଲା। ଏହି ପରିସ୍ଥିତିରେ ଋଷିଆର ଜଣେ ନୌଯବାନ ପାଇଲଟ ରୋମନଙ୍କ ସହ ଘଟିଛି। ରୋମନ ତାଙ୍କର ଦୁଇଟି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ୨୦୧୯ର। ଏଥିରେ ରୋମନ ଦର୍ଶାଇଛନ୍ତି ତାଙ୍କ ଜୀବନ କେମିତି ବଦଳିଯାଇଛି। ପ୍ରଥମ ଫଟୋରେ ସେ ପାଇଲଟ ଥିବା ଦେଖିବାକୁ ମିଳିଥିବା ବେଳେ ୨ୟରେ ଏକ ଡେଲିଭରି ବୟ । ରୋମନଙ୍କ ବୟସ ୨୩ ବର୍ଷ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ବର୍ଷ ମୁଁ ୯୦ରୁ ୧୦୦ଘଣ୍ଟା ଉଡ଼ୁଥିଲି, କିନ୍ତୁ ଏହି ବର୍ଷ ମୁଁ ୧୪୦ ଘଣ୍ଟା ଉଡ଼ିବାରେ ସକ୍ଷମ ହୋଇଛି। କାରଣ ଜଣେ ଡେଲିଭରି ବୟ ଭାବେ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଛି। ତେଣୁ ସେ ଏପରି କହିଛନ୍ତି।

Share