Categories: ଜାତୀୟ

ବିଳମ୍ବ ହେବାରୁ ପ୍ଲାଟଫର୍ମ ଭିତରେ କାର୍‌ ପୂରାଇଦେଲେ ମନ୍ତ୍ରୀ

ଲକ୍ଷ୍ନୌ,୨୪।୮: ୟୁପିର ପଶୁପାଳନ ମନ୍ତ୍ରୀ ଧରମପାଲ ସିଂ ବିଳମ୍ବ ହେବାରୁ ଟ୍ରେନ ଚଢିବା ପାଇଁ ରେଳ ପ୍ଲାଟଫର୍ମ ଭିତରେ ନିଜ କାରକୁ ପୁରାଇ ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।
ୟୁପି ସରକାରର ମନ୍ତ୍ରୀ ଧରମପାଲ ସିଂଙ୍କୁ ପଞ୍ଜାବ ମେଲ ଜରିଆରେ ଲକ୍ଷ୍ନୌରୁ ବରେଲି ଯିବାର ଥିଲା। ଟ୍ରେନ୍‌ ଛାଡିବା ସମୟ ହୋଇଯାଇଥିବାରୁ ସେ ତାଙ୍କର ଫର୍ଚୁନର୍‌ କାର୍‌ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ର଼୍ୟାମ୍ପ ଉପରେ ଚଢାଇ ଭିତରକୁ ଯାଇଥିଲେ। ହାୱଡା-ଅମୃତସର ମେଲରେ ଚଢିବା ପର୍ଯ୍ୟନ୍ତ ତାଙ୍କ କାର ପ୍ଲାଟଫର୍ମରେ ରହିଥିଲା। ଏସପି ସଭାପତି ଅଖିଳେଶ ଯାଦବ ଏନେଇ ଟୁଇଟ୍‌ କରି ଧରମପାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଭଲ ହେଲା ସେ ବୁଲଡୋଜର ନେଇ ଷ୍ଟେଶନକୁ ଯାଇ ନ ଥିଲେ।

Share