Advertisement

ଘନ କୁହୁଡି ଯୋଗୁ ଦାରିଙ୍ଗବାଡିରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଗତ ୧ ସପ୍ତାହରୁ ଅଧିକା ସମୟ ଧରି କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଝିପିଝିପି ବର୍ଷା ସାଙ୍ଗକୁ ପାଗ ଦିନରେ କୋହଲା ଓ ମେଘୁଆ କରୁଛି। ଫଳରେ ରାତି  ସମୟରେ ତାପମାତ୍ରା ବୃଦ୍ଧି ପାଇ ଶୀତ ଗାଏବ ହୋଇଯାଉଛି। ମଙ୍ଗଳବାର ଭୋର ସମୟରୁ ଚାରିଆଡେ କୁହୁଡି ଆଚ୍ଛାଦିତ ହୋଇ ରହିଥିବା ବେଳେ ସକାଳ ସମୟରେ ହାଲକା ଶୀତ ଅନୁଭୂତ ହୋଇଛି। ଘନ କୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ତେବେ  ୧୦ଟାରୁ ପାଗ ଶୁଖିଲା ହେବାସହ ଖରା ପଡିଥିଲା। ପାଗ ଶୁଖିଲା ଓ ଖରା ଯୋଗୁ ଏଣିକି ରାତିରେ ଶୀତ ପୁଣି ଫେରିପାରେ ବୋଲି ଆକଳନ କରାଯାଇଛି।
ପ୍ରକାଶ ଯେ, ଚଳିତଥର ଶୀତ ବିଳମ୍ବରେ ଆସିଥିବା ବେଳେ ଜଳବାୟୁର ବାରମ୍ବାର ପରିବର୍ତ୍ତନ ଯୋଗୁ ଅଧିକାଂଶ ସମୟରେ ବର୍ଷା ଲାଗିରହୁଛି । ନଭେମ୍ବର ମାସ ଶେଷ ଦିନରୁ ହିଁ ଅଞ୍ଚଳରେ ବର୍ଷା ଲାଗିରହିବା ସହ ଶୀତ କମିଯାଇଥିଲା । ଫଳରେ ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share