ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮ ଲକ୍ଷ ଟଙ୍କା। ଟାଉନ ଥାନା ପୋଲିସ ଘଟଣାରେ ସମ୍ପୃକ୍ତ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପ୍ରକାଶ ସିଂ ଚାଓଲେ(୪୮)। ତାଙ୍କ ଘର ମଧ୍ୟପ୍ରଦେଶ ଭୋପାଳ ଜିଲା କଦଲୀଖାଡ ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରେ ସୁନ୍ଦରଗଡ଼ ଜଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଷ୍ଟେଟବ୍ୟାଙ୍କ ଜମାଖାତାରୁ ମଧ୍ୟାହ୍ନ ଭୋଜନ ବାବଦ ଟଙ୍କା ଅନ୍ୟ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ହେଲେ ଏହି ଟଙ୍କା ଉକ୍ତ ଆକାଉଣ୍ଟକୁ ନ ଯାଇ ବାହାର ରାଜ୍ୟର ଅନ୍ୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା। ଏହା ଜଣାପଡିବା ପରେ ସମ୍ପୃକ୍ତ ଅଧିକାରୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଏପରିକି ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଗତ ୨୦ ତାରିଖରେ ଏନେଇ ସୁନ୍ଦରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୧୭୭/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ମଧ୍ୟପ୍ରଦେଶରେ ପହଞ୍ଚି ସ୍ଥାନୀୟ ପୋଲିସ ସହାୟତାରେ ଯାଞ୍ଚ କରିଥିତ୍ଲା। ଯାଞ୍ଚ ବେଳେ ଉକ୍ତ ଟଙ୍କାରୁ ପ୍ରକାଶ ସିଂ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଥିଲା। ସରକାରୀ ଟଙ୍କା ହଢପ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ୩୫ ଲକ୍ଷ ଟଙ୍କା ଉଦ୍ଧାର କରିଛି।

 

Share