ବିମାନଯାତ୍ରା କରିବା ସହଜ ନୁହେଁ। କେହି କେହି ଏହି ଯାତ୍ରାରେ ଅଣନିଶ୍ୱାସୀ ହୋଇପଡ଼ନ୍ତି। ତେବେ ଜଣେ ମହିଳା ବିମାନଯାତ୍ରା ସମୟରେ ଏପରି କିଛି କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାଟି ଏପରି। ଏକ ଚାର୍ଟର ବିମାନ(ପିଏସ୍୬୨୧୨)ରେ ମହିଳାଜଣକ ତୁର୍କିରୁ ୟୁକ୍ରେନ୍ ଯାଉଥିଲେ। ଏହି ସମୟରେ ତାଙ୍କୁ ପ୍ରବଳ ଗରମ ଲାଗିଥିଲା। ଫଳରେ ସେ ଆପାତକାଳୀନ ଦ୍ୱାର ଖୋଲିଦେଇଥିଲେ। ଏପରିକି ଉକ୍ତଦ୍ୱାରଦେଇ ବିମାନର ପଙ୍ଖା ଉପରେ ବୁଲିବାରେ ଲାଗିଥିଲେ। ଏହା ଜାଣିବା ପରେ ପାଇଲଟ୍ ଆମ୍ବୁଲାନ୍ସ, ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଏ ବିଷୟରେ ଜଣାଇଥିଲେ। ପରେ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା। ମହିଳା ଏପରି କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ମହିଳାଙ୍କ ଏହି ଦାୟିତ୍ୱହୀନ କାମକୁ ନେଇ ଲୋକେ ସମାଲୋଚନା କରୁଛନ୍ତି।
ୟୁକ୍ରେନ୍ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ଘଟଣା ନେଇ କହିବା ସହ ମାମଲାର ପୁଷ୍ଟି କରିଛି। ତାଙ୍କୁ ଏବେ କଳାତାଲିକା ଭୁକ୍ତ କରି ଦିଆଯାଇଛି। ସେ ଏବେ କୌଣସି ବିମାନରେ ଯାତ୍ରା କରିପାରିବେ ନାହିଁ ବୋଲି ଜଣାପଡ଼ିଛି।