ସଂକ୍ରମିତ ରୋଗ ନେଲା ହାତୀର ଜୀବନ

ନାକଟିଦେଉଳ,୨୮ା୧୦(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବନଖଣ୍ଡ ଖଳାଶୁଣୀ ଅଭୟାରଣ୍ୟର କିସିଣ୍ଡା ରେଞ୍ଜ ଅଧୀନ କୁଲାଡ଼େରା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ନାକଟିଦେଉଳ ପ୍ରାଣୀଧନ ଚିକିତ୍ସକ ଡା. ଦେବାଶିଷ ପଣ୍ଡା ମୃତ ହାତୀର ବ୍ୟବଚ୍ଛେଦ କରିବା ପରେ ବିଭାଗ ପକ୍ଷରୁୁ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତି ଦିଆଯାଇଛି।

ସୂଚନା ଅନୁସାରେ ଗତ କିଛିଦିନ ହେଲା ଏକ ମାଈହାତୀ ଖଳାଶୁଣୀ ଅଭୟାରଣ୍ୟ ଅଞ୍ଚଳରେ ଅସୁୁସ୍ଥ ହୋଇ ଘୂରିବୁଲୁଥିଲା। କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଅସୁସ୍ଥ ହାତୀର ଚିକିତ୍ସା ବ୍ୟବସ୍ଥା କରାଯିବା ସହ ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ବୁଧବାର ସନ୍ଧ୍ୟାରେ ହାତୀଟିର ମୃତ୍ୟୁ ଘଟିଥିଲା। ଖବର ପାଇ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ହାତୀକୁ ଠାବ କରିଥିଲେ। ଗୁରୁବାର ସକାଳୁ ବାମରା ଡିଏଫ୍‌ଓ ଫାଲଗୁନୀ ସାରଥି ମଲ୍ଲିକ, କିସିଣ୍ଡା ରେଞ୍ଜ ଅଧିକାରୀ ରବିନ କିସ୍କୁ, ଫରେଷ୍ଟର ଅନୁରାଧା ଖର୍ସେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଫୁସ୍‌ଫୁସ ସଂକ୍ରମିତ ରୋଗ ଯୋଗୁ ଏହି ମାଈହାତୀଟିର ମୃତ୍ୟୁ ଘଟିଥିବା ଏବଂ ତା’ର ଆନୁମାନିକ ବୟସ ୭ବର୍ଷ ହେବ ବୋଲି ରେଞ୍ଜ ଅଧିକାରୀ କିସ୍କୁ କହିଛନ୍ତି।

Share