କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା ପ୍ରଶାସନ । ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଆଜି ସଂଧ୍ୟାରେ କୁଆପଥର ବର୍ଷା ହୋଇଛି । ଫଳରେ ଘରର ଆଜବେଷ୍ଟ ଭାଙ୍ଗି ଯାଇଥିବାବେଳେ ଲୋକ ବାସହରା ହୋଇ ପଡିଛନ୍ତି । ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୁଣ୍ଡିଆପାଲି ସମେତ, ଚଛୁପାଲି, ପାଇକନଗର ଗ୍ରାମରେ ଲୋକଙ୍କ ଘରର ଆଜବେଷ୍ଟ ଛାତ ସବୁ ଭାଙ୍ଗି ଯାଇଛି । ରିଆମାଳ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ଗାଁ ସ୍କୁଲରେ ରାତି ପାଇଁ ଆଶ୍ରୟ ଦିଆଯାଇଛି । ଅନ୍ୟ ପକ୍ଷରେ ସରପଞ୍ଚ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ମଧ୍ୟ ସେଠାରେ ପହଁଚି କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି ଆଜି ସଂଧ୍ୟାରେ ବହୁତ ବଡ ଆକୃତିର କୁଆପଥର ସହିତ ଝଡ ତୋଫାନ ଦେଖା ଦେଇଥିଲା । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ପାଣି ଘର ଭିତରେ ପଶି ଆସବାସ ପତ୍ର ଏବଂ ଧାନ ଚାଉଳ ଆଦି କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି-କଟକ ସରକାରୀ ବସକୁ ନେଇ ବଢୁଛି କ୍ରେଜ: ଓକିଲ ସଙ୍ଘ ସେଲ୍ଫି ନେବା ଭିଡିଓ ଭାଇରାଲ

ଦାରିଙ୍ଗବାଡି, ୨୪ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଦୀର୍ଘ ଦିନର ଅଭାବକୁ ପୁରଣ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଅଞ୍ଚଳବାସୀଙ୍କ...

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ନୂଆପଡ଼ା,୨୫ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଆଗ୍ରେନ ପଞ୍ଚାୟତ ସନବାହାଲି ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ...

ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଗୁଳି, ୮ ଗିରଫ

ଜୟପୁର,୨୬।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ କଞ୍ଜେଇ ମାଳିଗୁଡା ରାସ୍ତାରେ ମଙ୍ଗଳବାର ଚଢ଼ାଉକରି ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

ବିଷ ପିଇ ଆତ୍ମହତ୍ୟାକଲେ ପ୍ରେମୀଯୁଗଳ

ରାୟଗଡ଼ା,୨୬।୩(ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତି ଧରାପଡ଼ିବା ପରେ ଲୋକଲଜ୍ଜା ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ପ୍ରେମୀଯୁଗଳ।...

ମନମୁଖୀ କାର୍ଯ୍ୟକଳାପ: ପଦ ହରାଇବେ ସରପଞ୍ଚ

ଥୁଆମୂଳ ରାମପୁର,୨୬।୪(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡେ ପଦର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସରପଞ୍ଚଙ୍କ...

ବେଆଇନ ବାଲି ଚାଲାଣବେଳେ ପୋଲିସ ଉପରେ ଆକ୍ରମଣ: ଜଣେ ଗୁରୁତର

ଆନନ୍ଦପୁର/ଛେନାପଦି,୨୬।୪(ସୁଶାନ୍ତ କୁମାର ସାହୁ/ନିରାକାର ପରିଡା): ନନ୍ଦିପଦା ଥାନା ଅଧିନ ଜମ୍ଭରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ବେଆଇନ ବାଲିଉଠାଣ ହୋଇଆସୁଥିଲା ବେଳେ...

୪୮ କେଜି ଗଞ୍ଜେଇ, ୨ ବାଇକ ଜବତ: ଦୁଇ ଭାଇ ଗିରଫ

ଦେବଗଡ ,୨୬।୩(ଶଶାଙ୍କ ଶେଖର ଝାଙ୍କର):କୁଣ୍ଢେଇଗୋଳା ଥାନା ଚଡେଇମରା ପଞ୍ଚାୟତ ତୁଙ୍ଗାମାଳ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ନୂଆପାଟଣା ପୋଲ ନିକଟରେ ପୋଲିସ ଚଢାଉ କରି...

ଏବେ ବି ବଞ୍ଚିଛି ଜାତିପ୍ରଥା: ଭୋଜି, ୩ ହଜାର ଟଙ୍କା ଦେଇ ଜାତିରେ ମିଶିଲେ ମହିଳା

ନବରଙ୍ଗପୁର,୨୬।୩(ସଦାଶିବ ପ୍ରହରାଜ):ନବରଙ୍ଗପୁରରେ ଏବେ ବି ବଞ୍ଚତ୍ରହିଛି ଜାତିପ୍ରଥା। ଅନ୍ୟତ୍ର ବିବାହ କରିବା ପରେ ଜାତିରୁ ବାହାର କରିଦିଆଯାଉଛି। ନିକଟରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image