ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ଘରକୁ ଫେରୁଛନ୍ତି ପିଲା, ଅଭିଭାବକ ଅସନ୍ତୋଷ

କୋରୁକୋଣ୍ଡା ୨୯।୮(ଅବିନାଶ ବେହେରା)ପ୍ରାକ୍‌ ଶିକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରତେକ ଗ୍ରାମରେ ଅଙ୍ଗନୱାଡ଼ି କରାଯାଇଅଛି । ଯାହାକି ସ୍ଥାନୀୟ ଶିଶୁ ଛାତ୍ରୀଛାତ୍ରଙ୍କର ଶିକ୍ଷା ପ୍ରତି ଆଗ୍ରହ ଆଣିବାପାଇଁ। ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକ ସକାଳ ୯ଟା ରୁ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାତ୍ର ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଡେଲଗୁଡା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ନିୟୋଜିତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା କେନ୍ଦ୍ରକୁ ଖୋଲି ନ ଥିବା ଦେଖିବାକୁ ମିଳିଛି। ଫଳରେ କେନ୍ଦ୍ରରେ ଅଧ୍ୟୟନ କରୁଥିବା କୋମଳମତି ଶିଶୁମାନେ ମଙ୍ଗଳବାର ସକାଳୁ ଯାଇ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ହୋଇ ନ ଥିବାରୁ ଘରକୁ ଫେରିଛନ୍ତି। ଏହା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏନ୍‌ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। କୋରୁକୋଣ୍ଡା ସିଡ଼ିପିଓ ନୀଳିମା ରାଣୀ ମଣ୍ଡଲଙ୍କୁ ପଚାରିବାରୁ ସେ କହିଥିଲେ, ମଙ୍ଗଳବାର ସେକ୍ଟର ମିଟିଙ୍ଗ ଅଛି। ଏଣୁ ଅଙ୍ଗନୱାଡ଼ି କର୍ମୀ ଏଠାକୁ ଆସିବାକୁ ବାଧ୍ୟ। ସେଠାରେ ଅଙ୍ଗନୱାଡ଼ି ହେଲପର କେହି ନାହାନ୍ତି ବୋଲି ସେମାନେ କେନ୍ଦ୍ରକୁ ବନ୍ଦ କରିକି ଆସିଥିଲେ।