କମିବ ସ୍କୁଲ ସିଲାବସ୍‌

ଭୁବନେଶ୍ୱର,୨୨।୭(ବ୍ୟୁରୋ): କରୋନା ଯୋଗୁ ଚଳିତ ବର୍ଷ ସ୍କୁଲ ସିଲାବସ୍‌ କମିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ସିଲାବସ୍‌ ହ୍ରାସ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମିଳିଛି। କେତେ ପ୍ରତିଶତ ସିଲାବସ୍‌ କମିବ ସେ ନେଇ ଆଗୁଆ ଜଣାଇ ଦିଆଯିବ। କେବେ ସ୍କୁଲ ଖୋଲିବ ତାହା ସ୍ଥିର ହୋଇପାରୁନାହିଁ। ୧ମରୁ ଦଶମ ଏସ୍‌ସିଇଆର୍‌ଟି କମିଟି ଓ +୨ ଲାଗି ସିଏଚ୍‌ଏସ୍‌ଇ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

Share