ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ମିଳୁନି ଦୁଇମୁଠା ଖାଦ୍ୟ: ଏକ କୋଟିରୁ ଅଧିକ ବେରୋଜଗାର…

ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ ଦେଶରେ ୯୭ ପ୍ରତିଶତ ଲୋକଙ୍କ ରୋଜଗାର ହ୍ରାସ ପାଇଛି। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଣ୍ଟର ଫର୍‌ ଇଣ୍ଡିଆନ୍‌ ଇକୋନୋମୀ ପକ୍ଷରୁ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେଣ୍ଟର ଫର୍‌ ଇଣ୍ଡିଆନ୍‌ ଇକୋନୋମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ମହେଶ ବ୍ୟାସଙ୍କ ଅନୁସାରେ ମେ’ ମାସରେ ଦେଶରେ ବେରୋଜଗାରଙ୍କ ସଂଖ୍ୟା ୧୧.୯୦ ପ୍ରତିଶତରେ ପହଞ୍ଚିଛି। ଏପ୍ରିଲ୍‌ରେ ଏହା ୮ ପ୍ରତିଶତ ଥିଲା। ସେଣ୍ଟର ଫର୍‌ ଇଣ୍ଡିଆନ୍‌ ଇକୋନୋମୀ ପକ୍ଷରୁ ୧୭ ଲକ୍ଷ ୫୦ ହଜାର ଲୋକଙ୍କ ଘରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମେ’ ମାସରେ ସହରାଞ୍ଚଳରେ ବେରୋଜଗାରଙ୍କ ସଂଖ୍ୟା ୧୪.୭୩ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୧୦.୬୩ ପ୍ରତିଶତ ଛୁଇଁଛି। କରୋନାରା ଦ୍ୱିତୀୟ ଲହର ଯୋଗୁ ବହୁ ଗରିବ ଲୋକ ଦିନକୁ ଦୁଇମୁଠା ଖାଦ୍ୟ ଖାଇବାକୁ ପାଉ ନ ଥିବା

Share