Categories: ଜାତୀୟ

ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ଦାମ ହୋଇଛି ଦୁଇଗୁଣା, କହିଲେ ଜୟଶଙ୍କର…

ବଡ଼ୋଦରା, ୧।୧୦ : ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌. ଜୟଶଙ୍କର ୬୦ଟି ବିଭିନ୍ନ ଦେଶର ପ୍ରତିନିଧୀଙ୍କ ସହ ଗୁଜରାଟ ବଡ଼ୋଦରାର ଲକ୍ଷ୍ମୀ ଭିଲାସ ପ୍ୟାଲେସ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଆଜି ଏହା ଏକ ଗର୍ବର ବିଷୟ ଯେ ଆମେ ବିଦେଶରୁ ୫୦ରୁ ଅଧିକ ରାଷ୍ଟ୍ରଦୂତଙ୍କ ସହ ଏଠାକୁ ଆସିଛୁ। ସେମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି, ସେମାନେ ଗୁଜରାଟର ଅଗ୍ରଗତି ଦେଖିବାକୁ ଚାହୁଁଛନ୍ତି। ମୁଁ ଆଶା କରୁଛି ଗୁଜରାଟ ବିଷୟରେ ତାଙ୍କ ମନରେ ଏକ ଭଲ ପ୍ରତିଛବି ସୃଷ୍ଟି ହେବ।

ଜୟଶଙ୍କର କହିଛନ୍ତି ଯେ ରୁଷିଆ-ୟୁକ୍ରେନ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ କିଛି ସମୟ ପାଇଁ ଅସ୍ତ୍ରବିରତି ଅନୁରୋଧ କରିଥିଲେ। ଯାହା ଦ୍ୱାରା ଆମେ ଆମର ଛାତ୍ରୀଛାତ୍ରମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିପାରିଥିଲୁ।

ରୁଷ-ୟୁକ୍ରେନ ବିବାଦ ଯୋଗୁଁ ପେଟ୍ରୋଲ-ଡିଜେଲ ଦାମ ଦ୍ୱିଗୁଣିତ ହୋଇଛି ବୋଲି ସେ କହିଛନ୍ତି। ତୈଳ କିଣିବା ନେଇ ଆମ ଉପରେ ଚାପ ପଡିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଏବଂ ସରକାର ନିଜ ମତ ରଖିଥିଲେ ଯେ ଆମ ଦେଶ ପାଇଁ ଯାହା ଭଲ ତାହା ଆମେ କରିବୁ। ଏକ୍ଷେତ୍ରରେ ଯଦି ଚାପ ଆସେ ତେବେ ଆମେ ଏହାର ସାମ୍ନା କରିବୁ। ଜୟଶଙ୍କର ରବିବାର ସେ କେଭାଡିଆ ଗସ୍ତ କରିବେ।

Share