Categories: ଖେଳ

ଏହି କାରଣରୁ ଆଗାମୀ ମ୍ୟାଚ୍‌ ଖେଳି ନ ପାରନ୍ତି ଧୋନୀ

ନୂଆଦିଲ୍ଲୀ,୨।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ଖେଳିବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ମହେନ୍ଦ୍ର ସିଂ ଧୋନୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବେ ନାହିଁ। ଦିଲ୍ଲୀ କ୍ୟାପିଟାଲ୍‌ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀ ପଡ଼ିଆରୁ ଯାଉଥିବାବେଳେ ଗୋଡରେ ପଟି ବାନ୍ଧିଥିବାର ନଜର ଆସିଥିଲେ। କ୍ୟାପଟେନ କୁଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏକାଦଶ ଖେଳରୁ ବାଦ ପଡିପାରନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀ ଏକ ଚମତ୍କାର ଇନିଂସ ଖେଳିଥିଲେ। କ୍ୟାପଟେନ କୁଲ ୧୬ଟି ବଲରେ ୩୭ ରନ ସ୍କୋର କରିଥିଲେ। ସେ ତାଙ୍କ ଇନିଂସରେ ୪ ଚୌକା ଓ ୩ ଛକା ମାରିଥିଲେ, କିନ୍ତୁ ଦଳକୁ ବିଜୟ ଆଡକୁ ନେଇପାରି ନ ଥିଲେ। ତେବେ ଏହି ମ୍ୟାଚ ପରେ ମହେନ୍ଦ୍ର ସିଂ ଧୋନୀ ଯେଉଁଭଳି ଭାବରେ ପଡ଼ିଆରୁ ବାହାରି ଯାଇଥିଲେ ତାହା ପ୍ରଶଂସକଙ୍କ ପାଇଁ ଖୁସି ଖବର ନୁହେଁ। ଯଦି କ୍ୟାପଟେନ କୁଲ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏକାଦଶ ଖେଳରୁ ଦୂରେଇ ଯାଆନ୍ତି ତେବେ ଡିଫେଣ୍ଡିଂ ଚାମ୍ପିଅନ ପାଇଁ ଏହା ଏକ ବଡ ଝଟକା ହେବ।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଚେନ୍ନାଇ ସୁପର କିଙ୍ଗ୍ସ ୩ ମ୍ୟାଚରେ ୨ଟି ଜିତିଥିବାବେଳେ ଗୋଟିଏ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି।

Share