ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୧୨ : ପୃଥିବୀରେ ବିଭିନ୍ନ ଦେଶରେ କାର୍ଯ୍ୟ ଚାପ ଯୋଗୁ ମହିଳାଙ୍କ ଯୌନ ଜୀବନ ଅଧିକ ପ୍ରଭାବିତ ହେବାରେ ଲାଗିଛି। ଗୃହିଣୀମାନେ ଘର କାମ ସହିତ ରନ୍ଧାବଢ଼ା, ଘର ପୋଛା , ପିଲାଙ୍କ ଯତ୍ନ ନେଇ ନେଇ ହାଲିଆ ହୋଇ ପଡୁଛନ୍ତି। ସେହିପରି କର୍ମଜୀବୀ ମହିଳାମାନେ ନିଜ ପାଇଁ ମଧ୍ୟ ସମୟ ପାଉ ନାହାନ୍ତି। ଫଳରେ ସେମାନଙ୍କଠାରେ ଶାରୀରିକ ସମ୍ପର୍କ ପ୍ରତି ଆଗ୍ରହ କମିବାରେ ଲାଗିଛି। ଏହା ସେମାନଙ୍କର ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଉଛି।
ସପ୍ତାହରେ ପୁରୁଷମାନେ ୪୨ ଘଣ୍ଟା କାମ କରୁଥିବାବେଳେ ମହିଳାମାନେ ୧୧୨ ଘଣ୍ଟା କରିଥାନ୍ତି। ଷ୍ଟାନଫୋର୍ଡ ୟୁନିଭରସିଟି ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। କର୍ମଜୀବୀ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ପୁରୁଷମାନେ ସପ୍ତାହରେ ୫୧ ଘଣ୍ଟା ଏବଂ ମହିଳାମାନେ ୧୨୬ ଘଣ୍ଟା କାମ କରୁଥିବା ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ପୁରୁଷଙ୍କ ତୁଳନାରେ ପ୍ରାୟ ତିନି ଗୁଣା ଅଧିକ।
ତଥାପି ମହିଳାମାନଙ୍କୁ ମିଳୁଥିବା ହାରାହାରି ପାରଶ୍ରମିକ ପୁରୁଷଙ୍କ ତୁଳନାରେ ୭୦ ଗୁଣା କମ ଅଟେ। ସମଗ୍ର ବିଶ୍ୱରେ ମହିଳାମାନେ ପୁରୁଷଙ୍କ ତୁଳନାରେ ୭୦ ଗୁଣା କମ ଟଙ୍କା ରୋଜଗାର କରନ୍ତି। ପୁରୁଷମାନଙ୍କ ତୁଳନାରେ ମହିଳାଙ୍କର ୭୬ ଗୁଣା କମ ସମ୍ପତ୍ତି ଅଛି ।
ମହିଳାମାନେ ଅଧିକ ପରିଶ୍ରମ କରନ୍ତି ଏବଂ ସର୍ବନିମ୍ନ ପାରିଶ୍ରମିକ ପାଆନ୍ତି, କାରଣ ମହିଳାଙ୍କ ଦ୍ୱାରା କରାଯାଉଥିବା ଶ୍ରମର ଏକ ବଡ଼ ଅଂଶ ବାଧ୍ୟତାମୂଳକ ଶ୍ରମ ଅଟେ। ମାଗଣା ଶ୍ରମ, ଯାହାକୁ ଘର କାମ କୁହାଯାଏ। ପରିବାର ପାଇଁ, ସ୍ବାମୀ, ପିଲାମାନଙ୍କ ପାଇଁ, ଶ୍ୱଶୁର ଏବଂ ଶାଶୁଙ୍କ ପାଇଁ। ସେ ସେହି ଶ୍ରମ ପାଇଁ ସେମାନେ କୌଣସି ପରିଶ୍ରମିକ ପାଆନ୍ତି ନାହିଁ ।
ଏହି ସମସ୍ତ ତଥ୍ୟ ଏବଂ ଆକଳନ, କିଛି ନୂଆ ନୁହେଁ କିମ୍ବା ଏହା ପ୍ରଥମ ଥର ପାଇଁ କୁହାଯାଇ ନାହିଁ । ଗତ ୩୦ ବର୍ଷ ମଧ୍ୟରେ ବିଶ୍ୱରେ ୩୦୦୦ରୁ ଅଧିକ ଅଧ୍ୟୟନ କରାଯାଇଛି, ଯାହା ଆମ ପରିବାର ତଥା ବିବାହ ପ୍ରତିଷ୍ଠାନ ମଧ୍ୟରେ କେତେ ଅସମାନ ଘରୋଇ ଶ୍ରମ ଅଛି ତାହା ଦର୍ଶାଇଛି।
ଏହି କାମ ଚାପ ମହିଳାମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ଅସୁସ୍ଥ କରୁଛି।
ଜାତିସଂଘ ଅନୁଯାୟୀ, କରୋନା ମହାମାରୀ ସମୟରେ ଲକଡାଉନ ଯୋଗୁ ମହିଳାଙ୍କ କାର୍ଯ୍ୟ ୧୭ ଗୁଣା ବୃଦ୍ଧି ପାଇଥିଲା।