ବିଦ୍ୟୁତ କମ୍ପାନୀଗୁଡ଼ିକର ବକେୟା ହ୍ରାସ ପାଇ ଜାନୁୟାରୀରେ ୬୨,୬୮୧.୬୮ କୋଟିରେ ପହଞ୍ଚିଲା….

ନୂଆଦିଲ୍ଲୀ,୮।୧ : ଜାନୁଆରୀରେ ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ଦେୟ ପ୍ରାୟ ଅଧାକୁ ଖସି ଆସିଛି। ଜାନୁଆରୀ ପୂର୍ବରୁ ଏହା ୧,୨୧,୦୩୦ କୋଟି ଟଙ୍କା ଥିଲା। ଯାହା ବର୍ତ୍ତମାନ ୬୨,୬୮୧.୬୮ କୋଟି ଟଙ୍କାକୁ ଖସି ଆସିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ସରକାର ଗ୍ରହଣ କରିଥିବା ପଦକ୍ଷେପ ପରେ ଡିସକମ ଦେୟ କ୍ଷେତ୍ରରେ ଏହି ଉନ୍ନତି ଆସିଛି।

ପ୍ରାପ୍ତି ପୋର୍ଟାଲ ଅନୁଯାୟୀ, ଜାନୁଆରୀ ୨୦୨୩ ସୁଦ୍ଧା ଡିସକମର ମୋଟ ଦେୟ ୬୨,୬୮୧.୬୮ କୋଟି ଟଙ୍କା ରହିଛି। ଏଥିରେ ୨୫,୫୨୬.୪୨ କୋଟି ଟଙ୍କା ପୁରୁଣା ଦେୟ ଅନ୍ତର୍ଭୁକ୍ତ। ଏଥି ସହିତ, ଜାନୁଆରୀ ୨୦୨୨ରେ ଡିସକମ ମୋଟ ଦେୟ ୧,୨୧,୦୩୦ କୋଟି ଟଙ୍କା ଥିଲା। ଯେଉଁଥିରେ ୧,୦୧,୩୫୭ କୋଟି ଟଙ୍କା ପୁରୁଣା ଦେୟ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ ବିଦ୍ୟୁତ ଉତ୍ପାଦନକାରୀମାନେ ବିଦ୍ୟୁତ ଯୋଗାଣ ପାଇଁ ବିଲ ପୈଠ କରିବାକୁ ଡିସକମକୁ ୪୫ ଦିନ ସମୟ ଦିଅନ୍ତି। ତା’ପରେ ବାଲାନ୍ସ ରାଶି ପୁରୁଣା ବାଲାନ୍ସରେ ଅନ୍ତର୍ଭୂକ୍ତ ହୁଏ। ତଥ୍ୟ ଅନୁଯାୟୀ, ୨ ଜୁନ ୨୦୨୨ ସୁଦ୍ଧା ୧,୩୭,୯୪୯ କୋଟି ଟଙ୍କା ବକେୟା ଥିବା ରାଜ୍ୟଗୁଡିକର ମୋଟ ବକେୟା ୨୪,୬୮୦ କୋଟି ଟଙ୍କା ହ୍ରାସ ପାଇ ୧,୧୩,୨୬୯ କୋଟିରେ ପହଞ୍ଚିଛି। ଏଥି ସହିତ ପାଞ୍ଚଟି ରାଜ୍ୟ ପାୱାର ଫାଇନାନ୍ସ କର୍ପୋରେଶନ ଏବଂ ଆରଇସି ଲିମିଟେଡରୁ ୧୬,୮୧୨ କୋଟି ଟଙ୍କା ଋଣ ନେଇ ୨୪,୬୮୦ କୋଟି ଟଙ୍କା ଇଏମଆଇ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଆଠଟି ରାଜ୍ୟ ଦେୟ ପାଇଁ ନିଜସ୍ବ ବ୍ୟବସ୍ଥା କରିଛନ୍ତି।

Share