Categories: ଖେଳ

ଆଜିଠାରୁ ଦୁଲୀପ ଟ୍ରଫି

ବେଙ୍ଗାଲୁରୁ, ୨୮ା୬ (ପି.ଟି.): ବୁଧବାର ଦୁଲିପ ଟ୍ରଫି ସହ ଭାରତର ଘରୋଇ କ୍ରିକେଟ ସିଜନ ଆରମ୍ଭ ହେବ। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ କ୍ୱାର୍ଟରଫାଇନାଲ ମ୍ୟାଚ ଖେଳାଯିବ। ଆଲୁରଠାରେ କେନ୍ଦ୍ରାଞ୍ଚଳ ଓ ପୂର୍ବାଞ୍ଚଳ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଉତ୍ତରାଞ୍ଚଳକୁ ଭେଟିବ ଉତ୍ତରପୂର୍ବାଞ୍ଚଳ। ଆସନ୍ତା ମାସରେ ଏହି ଦୁଇଟି ମ୍ୟାଚର ବିଜେତା ସେମିଫାଇନାଲରେ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳକୁ ଭେଟିବେ। ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଗତ ସିଜନର ଚାମ୍ପିୟନ ଓ ଫାଇନାଲିଷ୍ଟ ଭାବେ ସିଧାସଳଖ ସେମିଫାଇନାଲ ଖେଳିବେ। ଭାରତୀୟ ଦଳ ପାଇଁ ଚୟନକର୍ତ୍ତାଙ୍କର ଏହି ଟୁର୍ନାମେଣ୍ଟ ଉପରେ ପୂରା ନଜର ରହିବ। ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର୍ସ ତରଫରୁ ଜବରଦସ୍ତ ପ୍ରଦର୍ଶନ ପରେ ରିଙ୍କୁ ସିଂ କ୍ରିକେଟ ମହଲରେ ବେଶ୍‌ ପରିଚୟ ସୃଷ୍ଟି କରିପାରିଛନ୍ତି। ରେଡ୍‌ବଲ କ୍ରିକେଟରେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରହିଥିଲେ ମଧ୍ୟ ସେ ତୁଳନାରେ ସେ ସେତେଟା ନାମ କମାଇ ପାରିନାହାନ୍ତି। ଗତ ସିଜନରେ ୭ଟି ରଣଜୀ ଟ୍ରଫି ମ୍ୟାଚ ଖେଳି ୬୨ରନ ଆଭରେଜରେ ୪୪୨ ରନ ସଂଗ୍ରହ କରିଥିଲେ। ତେଣୁ ତାଙ୍କୁ କେନ୍ଦ୍ରାଞ୍ଚଳ ଦଳରେ ଦେଖିବାକୁ ମିଳିବ। ବର୍ତ୍ତମାନ ସମୟରେ ପ୍ରଥମଶ୍ରେଣୀ କ୍ରିକେଟରେ ମୋଟ ଉପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଟରମାନଙ୍କ ମଧ୍ୟରେ ସେ ଅନ୍ୟତମ। ସେ ୪୦ଟି ମ୍ୟାଚରେ ୫୯.୮୯ ଆଭରେଜରେ ୭ ଶତକ ଓ ୧୯ ଅର୍ଦ୍ଧଶତକ ସମେତ ୨୮୭୫ ରନ କରିଛନ୍ତି। ରିଙ୍କୁ ଯଦି ତାଙ୍କ ପ୍ରଦର୍ଶନକୁ ଦୋହରାନ୍ତି ତେବେ ଭବିଷ୍ୟତରେ ତାଙ୍କ ନାମ ଭାରତୀୟ ଦଳ ପାଇଁ ବିଚାରକୁ ନିଆଯାଇପାରେ।
କାର୍ଯ୍ୟସୂଚୀ:
ଜୁନ୍‌ ୨୮ରୁ ଜୁଲାଇ ୧: ଉତ୍ତରାଞ୍ଚଳ ବନାମ ଉତ୍ତର ପୂର୍ବାଞ୍ଚଳ, ଚିନ୍ନାସ୍ବାମୀ ଷ୍ଟାଡିୟମ; କେନ୍ଦ୍ରାଞ୍ଚଳ ବନାମ ପୂର୍ବାଞ୍ଚଳ, ଅଲୁର। ମ୍ୟାଚ ଆରମ୍ଭ ସକାଳ ୯ଟା ୩୦।

Share