୬ ମାସରେ ଦବିଲା ଡୁମଡୁମା ଫ୍ଲାଏଓଭର ରାସ୍ତା: ଫସିରହିଛି ମିନିଟ୍ରକ୍‌

ଭୁବନେଶ୍ୱର,୮।୭: ରାଜଧାନୀ ଭୁବନେଶ୍ୱରରେ ଏନଏଚ୍‌ ଫ୍ଲାଏଓଭର ରାସ୍ତା ଦବିଯାଇଛି। ପ୍ରବଳ ବର୍ଷା ଫଳରେ ଡୁମଡୁମା ଫ୍ଲାଏଓଭର ଏହି ରାସ୍ତାଟିି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି। ଯାତୀୟ ରାଜପଥ-୧୬ ଫ୍ଲାଏ ଓଭର ରାସ୍ତାରେ ଏକ ମିନିଟ୍ରକ୍‌ ଫସିରହିଛି। ଟ୍ରକ୍‌ଟିର ଚକା ରାସ୍ତା ସହ ଦବିଯାଇଛି ।
୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଜାତୀୟ ରାଜପଥରେ ଏହି ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା । ମାତ୍ର ୬ ମାସରେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଜନସାଧାରଣ ଏନଏଚ୍‌ଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମମଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ।