ଡମ୍ପିଂ ୟାର୍ଡ ଗାଡ଼ି ଧକ୍କାରେ ଜଣେ ମୃତ: ଚାପା ଉତ୍ତେଜନା

ବାରଙ୍ଗ,୩୦।୧୦(ଡି.ଏନ୍‌ଏ.): ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗଠାରେ ଥିବା ଭୂଆସୁଣୀ ଡମ୍ପିଂ ୟାର୍ଡ ପାଖରେ ବିଏମ୍‌ସି ଅଳିଆ ଗାଡି ଧକ୍କାରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ହେଲେ ରାମ ଘାଗରାଇ। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖଦେଇଛି। ଖବରପାଇ ଘଟଣାସ୍ଥଳରେ ଚାନ୍ଦକା ପୋଲିସ ପହଞ୍ଚିଛି । ଏହାପୂର୍ବରୁ ଗତ ୨ମାସ ତଳେ ଉକ୍ତ ସ୍ଥାନରେ ଅଳିଆ ବୋଝେଇ ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Share