ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସିରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶୁକ୍ରବାର ସହରବାସୀ ପବିତ୍ର କାର୍ତ୍ତିକ ମାସ ଶେଷ ବ୍ରତ ପୂଜା ପାଳନ କରୁଥିବା ବେଳେ ତ୍ରିବେଣୀ ମଠ ଛକସ୍ଥିତ ଆହାର କେନ୍ଦ୍ର ସମ୍ମୁଖରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ଏଭଳି ପବିତ୍ର ଦିନରେ ସହରର ମଧ୍ୟ ଭାଗରେ ଜନବସତି ଅଞ୍ଚଳରେ ଅଳିଆ ଆବର୍ଜନା ପକାଇ ଡମ୍ପିଂୟାର୍ଡ ସୃଷ୍ଟି କରିବା ଦୁଃଖ ଓ ପରିତାପର ବିଷୟ। ଶହଶହ ଗାଡ଼ିମୋଟର ସ୍କୁଲ ଛାତ୍ରୀଛାତ୍ର ଉକ୍ତ ରାସ୍ତାରେ ଗଲାବେଳେ ନାକ ଟେକୁଛନ୍ତି। ପରିମଳ ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଗଞ୍ଜାମ ସହରରେ ପରିମଳ ବ୍ୟବସ୍ଥା ସୁଧୁରି ପାରୁନି ବୋଲି ମତ ପ୍ରକାଶ ପାଇଛି।